ଲୋକସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ଅଭିଭାଷଣରେ ସେ ଯୁବବର୍ଗ, ଚାଷୀ, ମହିଳାଙ୍କୁ ନେଇ ଅର୍ଥମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତାଙ୍କର ପୂର୍ବ ବଜେଟରେ ରେଳବାଇ ଏବଂ ରାଜପଥ ପରି ଭିତ୍ତିଭୂମି ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ପୁଞ୍ଜି ବ୍ୟୟ ପାଇଁ ବହୁ ପରିମାଣର ଅର୍ଥ ଚିହ୍ନିତ ହୋଇଥିଲା | ଏହି ବଜେଟରେ ସୀତାରମଣ କମ୍ ଖର୍ଚ୍ଚରେ ପୁଞ୍ଜି ବ୍ୟୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ କରାଯିବ । ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇଦିଆଯିବ। ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ ଏବଂ ଆବଶ୍ୟକ ଡାକ୍ତର ରହିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଏହି ଅଧିବେଶନ ରେ ପ୍ରତିରକ୍ଷା ବିଭାଗ କୁ ୪,୯୧,୭୩୨ କୋଟି,
ଗ୍ରାମୀଣ ବିକାଶ କୁ ୨,୬୬,୮୧୭ କୋଟି ର ବଜେଟ ପାରିତ କରିବା ସହିତ ଗୃହ ମନ୍ତ୍ରାଳୟ କୁ ୨,୩୩,୨୧୧ କୋଟି,
କୃଷି କୁ ୧,୭୧,୪୩୭ କୋଟି,ଶିକ୍ଷା - ୧,୨୮,୬୫୦ କୋଟି
ସ୍ୱାସ୍ଥ୍ୟ କୁ ୯୮,୩୧୧ କୋଟି, ନଗର ଉନ୍ନୟନ କୁ ୯୬,୭୭୭ କୋଟି, ସୂଚନା ଓ ପ୍ରଯୁକ୍ତିବିଦ୍ୟା କୁ ୯୫,୨୯୮ କୋଟି ,ଶକ୍ତି କୁ ୮୧,୧୭୪ କୋଟି, ବାଣିଜ୍ୟ ଓ ଉଦ୍ୟୋଗ କୁ ୬୫,୫୫୩ କୋଟି,ସମାଜ କଲ୍ୟାଣ କୁ ୬୦,୦୫୨ କୋଟି ଏବଂ ବୈଜ୍ଞାନିକ ବିଭାଗ କୁ ୫୫,୬୭୯ କୋଟି ର ବଜେଟ ପାରିତ କରାଯାଇଛି । ତେବେ FY26 ରେ 6.3-6.8% ଅଭିବୃଦ୍ଧି ହେବ, ଯାହାକି 2047 ସୁଦ୍ଧା ବିକାଶ ଭାରତ ହାସଲ କରିବା ପାଇଁ ଆବଶ୍ୟକ ଗତିଠାରୁ କମ୍ ଅଟେ ବୋଲି ଅର୍ଥନୈତିକ ସର୍ବେକ୍ଷଣ ପୂର୍ବାନୁମାନ କରିଛି।
0 Comments