ଭୁବେଶ୍ବରଠାରେ ଚାଲିଥିବା ଉତ୍କର୍ଷ ଓଡିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ ଯୋଗଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମ ପରେ ଏହା ତାଙ୍କର ଓଡ଼ିଶାକୁ ଦ୍ବିତୀୟ ଗସ୍ତ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଓଡ଼ିଶା ର ଉନ୍ନତି ତଥା ଦେଶର ବିକାଶ ରେ ଓଡ଼ିଶା ର ଭୂମିକା ଉପରେ ଉଦବୋଧନ ଦେଇଥିଲେ। ଇତିହାସ ସାକ୍ଷୀ ଅଛି ଗ୍ଲୋବାଲ ଗ୍ରୋଥରେ ଯେତେବେଳେ ଭାରତର ଅଂଶ ରହିଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ପୂର୍ବ ଭାରତରେ ଦେଶର ବଡ ବଡ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା । ଓଡିଶା ସାଉଥ ଇଷ୍ଟ ଏସିଆରେ ହେବାକୁ ଥିବା ଟ୍ରେଡର ପ୍ରମୁଖ ସେଣ୍ଟର ଥିଲା । ଏହାର ପ୍ରାଚୀନ ପୋର୍ଟ ଭାରତର ଗେଟଓ୍ବେ ଥିଲା । ସେହିପରି କଟକର ଐତିହାସିକ ବାଲିଯାତ୍ରା କଥା ଉଠାଇ । ଓଡିଶାରେ ଏହା ସବୁଠାରୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନିକଟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ,ସିଙ୍ଗାପୁର ଓଡିଶା ସହ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ ଅଛି। ତେବେ ଆଜି ଏହି କ୍ଷେତ୍ରରେ ସମ୍ଭାବନାର ଏତେ ଦ୍ୱାର ଖୋଲିଛି, ଯାହା ସ୍ବାଧୀନତା ପରେ କେବେ ଖୋଲିନଥିଲା । ସେ କହିଛନ୍ତି "ଆଜି ଏଠାରେ ଥିବା ସମସ୍ତ ନିବେଶକଙ୍କୁ ମୁଁ ଆହ୍ବାନ କରୁଛି । ଏହି ସମୟ ଅଛି ଆଉ ଏହା ସଠିକ ସମୟ ଅଛି । ଓଡିଶାର ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା । ଏହା ମୋଦୀର ଗ୍ୟାରେଣ୍ଟି।" ଏବେ ଭାରତ ବଦଳୁଛି । ଏଠାରେ ସମୁଦ୍ରରୁ ସାମୁଦ୍ରିକ ଖାଦ୍ୟ ବାହାରି ପ୍ରୋସେସ ହେଇ ବଜାରରେ ପହଞ୍ଚିବ । ଓଡିଶାରେ ବି ଯେଉଁ ସାମଗ୍ରୀ ଅଛି, ତା ସହ ଜଡିତ ଇଣ୍ଡଷ୍ଟ୍ରି ବି ଏଠାରେ ନିର୍ମିତ ହେବ । ଏହି ଦିଗରେ ଆମ ସରକାର କାମ କରୁଛି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀ ଙ୍କୁ ଆଶ୍ଵାସନା ଦେଇଛନ୍ତି।
0 Comments