ଲୋଇସିଂହ ଗ୍ରାମ ଠାରେ ଆଜି ତୃତୀୟ ଏକ ଦିବସୀୟ ଉଭୟ ପୁରୁଷ ଏବଂ ମହିଳା ଖୋ ଖୋ ଟୁର୍ନାମେଣ୍ଟ ୨୦୨୫ ଅନୁଷ୍ଠିତ

 ଲୋଇସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋଇସିଂହ ଗ୍ରାମ ଠାରେ ଆଜି ତୃତୀୟ ଏକ ଦିବସୀୟ ଉଭୟ ପୁରୁଷ ଏବଂ ମହିଳା ଖୋ ଖୋ ଟୁର୍ନାମେଣ୍ଟ ୨୦୨୫ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ 

ଆଠ ଟି ପୁରୁଷ ଏବଂ ପାଞ୍ଚଟି  ମହିଳା ଦଳ ଅଂଶଗ୍ରହଣ କରିଥିଲେ । ପୁରୁଷ ଦଳ ବଲାଙ୍ଗୀର ଏବଂ ସମ୍ବଲପୁର ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିବା ବେଲେ  ବଲାଙ୍ଗୀର ଦଳ ଚାମ୍ପିଅନ ଏବଂ  ସମ୍ବଲପୁର ଦଳ ରନର୍ସ ଅଫ ହେବା ସହ ସୁନ୍ଦରଗଡ଼ ଦଳ  ଦ୍ଵିତୀୟ ଉପବିଜେତା ହୋଇଥିଲା । ସେହିପରି ମହିଳା ଦଳ ରେ ବଲାଙ୍ଗୀର ଚାମ୍ପିଅନ ଏବଂ  ବୀରମିତ୍ରପୁର ରନର୍ସ ଅଫ ହେବା ସହ ଆଦିତ୍ୟ ୱାରିଅର୍ସ ଲୋଇସିଂହ ଦ୍ବିତୀୟ ଉପବିଜେତା ହୋଇଥିଲା।ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଲୋଇସିଂହ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ସନାତନ ରୋହିଦାସ ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ 

ଓଡିଶା ଖୋ ଖୋ ସଂଘ ର ଯୁଗ୍ମ ସମ୍ପାଦକ ଶ୍ରୀ ଲକ୍ଷଣ ନାଥ ,  ଜାତୀୟ ସ୍ତରୀୟ ଖୋ ଖୋ ରେଫରୀ ଶ୍ରୀ ଚିତ୍ତ ପଣ୍ଡା , ସମାଜ ସେବୀ ରାହାସ ଭୋଇ, ସନ୍ତୋଷ ମେହେର, ମନବୋଧ ମେହେର, ଫିରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।  ଏହି ଟୁର୍ନାମେଣ୍ଟ କୁ ଲୋଇସିଂହ ପଞ୍ଚାୟତ ର ଆଦିତ୍ୟ ୱାରିଅର୍ସ ଖୋ ଖୋ  କ୍ଲବ ର କର୍ମକର୍ତ୍ତା ଲିଙ୍ଗରାଜ ମେହେର, ରେଣୁକା ଧୂରୁଆ, ଭାନୁପ୍ରତାପ ଭୋଇ, ଶମ୍ଭୁନାଥ ମାଝୀ , ରାହୁଲ ମୁଣ୍ଡl  ପ୍ରମୁଖ ଆୟୋଜନ କରିଥିଲେ  ଏବଂ ଆଦିତ୍ୟ ମେହେର ଅନିଲ ସାହୁ ,ଲିଙ୍ଗରାଜ ମେହେର, ଦୀପ୍ତି ରଞ୍ଜନ ପରିଡା, ଉମେଶ ପାଣିଗ୍ରାହୀ ଏବଂ ରେଣୁକା ଧୂରୁଆ ଖେଳ ପରିଚାଳନା କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done