ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜୟବୁଡ଼ିଆ ଠାରେ ଗୋଁଣ୍ଡ ସମାଜ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଗୋଁଣ୍ଡ ସମାଜର ପୁଅ ଝିଅ ମାନଙ୍କ ବାହାଘରେ ଦିଆଯାଉଥିବା ବିବାହ ପ୍ରତିବନ୍ଧକ ମୁକ୍ତ ପତ୍ର କୁ ଷଡ଼ବଂଶୀ ଓ ଗୋଁଣ୍ଡବ୍ଳନ ନାମରେ ବିବାଦ ନକରି କୌଣସି ପୁଅ ଝିଅର ବାହାଘର ଭଙ୍ଗାଯିବ ନାହିଁ ବୋଲି ଅନେକ ସଭା ସମିତି ରେ ଉଭୟ ପକ୍ଷ ଦ୍ୱାରା ସର୍ବସହମତି ପ୍ରକାଶ ପାଇଥିବା ବେଳେ। କିଛି ବ୍ୟକ୍ତି କିମ୍ବା କିଛି ଗୋଷ୍ଠୀ ଏହାକୁ ମାନୁ ନାହାନ୍ତି। ଯଦି ଆଗାମୀ ଦିନରେ କୌଣସି ବ୍ୟକ୍ତି କିମ୍ବା କମିଟି ବିବାହ ପ୍ରତିବନ୍ଧକ ମୁକ୍ତ ପତ୍ରକୁ ବିବାଦ କରି ବାହାଘର ବନ୍ଦ କଲେ । ତାଙ୍କ ବିରୁଦ୍ଧରେ ଜିଲ୍ଲା ର ସମସ୍ତ ଗୋଁଣ୍ଡ ସମାଜ ଏକତ୍ରିତ ହୋଇ ସ୍ବର ଉତ୍ତୋଳନ କରିବା ସହିତ ଦରକାର ପଡ଼ିଲେ ଆଇନ ର ମଧ୍ୟ ସାହାଯ୍ୟ ନେବା ପାଇଁ ମତ ପ୍ରକାଶ ପାଇଥିଲା। ଆଗାମୀ ନବେମ୍ୱର ମାସରେ "ଗୋଁଣ୍ଡ ଭବନ ଓଡ଼ିଶା" ଭୁବନେଶ୍ୱର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ଅଛି। ଏଣୁ ଜିଲ୍ଲା ର ସମସ୍ତ ଗୋଁଣ୍ଡ ଭାଇଭଉଣୀ ମାନଙ୍କୁ ଭୁବନେଶ୍ବରରେ ଉପସ୍ଥିତ ହୋଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଙ୍ଗଠନ ପକ୍ଷରୁ ଆହ୍ୱାନ କରାଗଲା। ଝାରସୁଗୁଡ଼ା ଜିଲ୍ଲାରେ ପୁର୍ବ ଭଲି ଗୋଁଣ୍ଡ ସମାଜକୁ ଏକ ସୁତ୍ରରେ ଆଗକୁ ନେବା ପାଇଁ ସମସ୍ତ ବ୍ଳକ, ଗୁଡ଼ିରେ ସଭା ସମିତି କରିବାପାଇଁ ଓ ଜିଲ୍ଲାର ଗୋଁଣ୍ଡ ସମାଜର ବର୍ଯ୍ୟଷ୍ଠ ବ୍ୟକ୍ତି ମାନଙ୍କ ଠାରୁ ପରାମର୍ଶ ନେବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ସଭା ସେଶରେ ଲଖନପୁର ବ୍ଳକ ର ଉପସଭାପତି ଅଶୋକ ମାଝୀ ଧନ୍ୟବାଦ ଅର୍ପଣ କଲେ।
0 Comments