ସମାଜ ମଙ୍ଗଳ ବିଭାଗ, ଆନୁକୁଲ୍ୟରେ ଏକ ଦିବସୀୟ ମହିଳା ମାନଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୍ 2005 ଉପରେ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଶ୍ରୀମତୀ ପୁଣ୍ୟବତି ହେଲେନ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଦ୍ଵିପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ ,ପାରିବାରିକ କ୍ଷେତ୍ରରେ ସମାଜର ବାଛ ବିଚାର ଏକ ସାମାଜିକ ନିର୍ଯାତନା ବୋଲି କହିଥିଲେ। ମହିଳା ମାନଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୍ 2005 ମହିଳା ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରୁଛି ତାହା ଆଲୋକପାତ କରିଥିଲେ। ଏହା ପରେ resource person ଭାବରେ ନିର୍ଦ୍ଦେଶିକା ସେହାଡ। ଶ୍ରୀମତୀ ଆନନ୍ଦିନି ପାଢ଼ୀ, ପାରିବାରିକ ଆଇନ୍ ର ଉଦ୍ଦେଶ୍ୟ ଏହାର ପରିଧି, ପୀଡ଼ିତଙ୍କ ନିରାପଦ ଯୋଜନା ଏବଂ ଜିଲ୍ଲା ରେ କାର୍ଯକାରୀ ହେଉଥିବା best practices ଓ ବିଭିନ୍ନ କେସ ର ସଫଳ କାହାଣୀ ବର୍ଣ୍ଣନା କରିଥିଲେ । ଅନ୍ୟତମ resorce person ଭାବରେ ମହିଳା ସୁରକ୍ଷା ତଥା କାର୍ଯକ୍ରମ ଅଧିକାରୀଙ୍କ ଶ୍ରୀମତୀ ଯଜ୍ଞାସେନି ମହାନନ୍ଦ ମହିଳା ସୁରକ୍ଷା ଅଧିକାରୀ ଙ୍କ ଦାୟିତ୍ଵ, ପୋଲିସ ର ଦାୟିତ୍ଵ, ଓ ସେବା ପ୍ରଦାନ ଅଧିକାରୀଙ୍କ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ । ଏହାପରେ ଅନ୍ୟତମ resource person ବରିଷ୍ଟ ଆଇନଜୀବୀ ବୋନେଲା ନଗେଶ୍ୱରି ମହିଳା ସୁରକ୍ଷା ଆଇନ୍ ଅନ୍ତର୍ଗତ ଆଭ୍ୟନ୍ତରୀଣ ସହଯୋଗ କିଭଳି ଭାବରେ ମହିଳା ସୁରକ୍ଷା ପ୍ରଦାନ ଅଧିକାରୀ, ପୋଲିସ, ୱାନ ଷ୍ଟପ୍ ସେଣ୍ଟର, ଶକ୍ତିସଦନ ରହିବା କଥା ତାହା ଆଲୋଚନା କରିଥିଲେ। ଏହାପରେ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ଦଳଗତ ଆଲୋଚନା ମାଧ୍ୟମରେ କିପରି ପାରିବାରିକ ହିଂସାର ବିବରଣୀ କିପରି ଉପସ୍ଥାପିତ କରାଯିବ ଓ ମହିଳାଙ୍କ ସୁରକ୍ଷା ପାଇଁ କଣ ସବୁ ନିରାପଦ ଯୋଜନା ଅଛି ତାହା ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହିଳା ଶିଶୁ ଡେସ୍କ ଅଧିକାରୀ, ପାରା ଲିଗାଲ volunteer, CDPO, supervisor, ୱାନ ଷ୍ଟପ୍ ସେଣ୍ଟର କର୍ମକର୍ତ୍ତା, ଶକ୍ତିସଦନ୍ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ କୁ ଜିଲ୍ଲା ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ପରିଚାଳନା କରିଥିଲେ। ଶେଷରେ କାର୍ଯକ୍ରମ ଅଧିକାରିଣୀ କ୍ରୀଷ୍ଣାପ୍ରିୟା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
0 Comments