ଆମ ସୁବାହକ ଯୋଜନା


 ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ | 

ଆମ ସୁବାହକ ଯୋଜନାରେ ମହିଳା ହେବେ ଗାଡ଼ି ମାଲିକ | ଋଣ ସୁଧ ଭରିବେ ସରକାର | 

ରାଜ୍ୟରେ ମହିଳା ସଶକ୍ତୀକରଣକୁ ଏକ ନୂତନ ଦିଗ ଦେବା ସହ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଅଭିନବ ତଥା ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ‘ଆମ ସୁବାହକ’ ନାମକ ଏହି ବୈପ୍ଳବିକ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ କାର କିଣିବା ପାଇଁ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ। ମହିଳାମାନେ କେବଳ ଋଣର ମୂଳଧନ ପରିଶୋଧ କରିବେ ଏବଂ ସମ୍ପୂର୍ଣ୍ଣ ସୁଧ ରାଜ୍ୟ ସରକାର ବହନ କରିବେ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରସ୍ତୁତ ଏହି ଯୋଜନାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଆଶା ଓ ଉତ୍ସାହ ଦେଖାଦେଇଛି।

ଇଚ୍ଛୁକ ମହିଳାମାନଙ୍କୁ ଗାଡ଼ି କିଣିବା ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହି ଋଣ ଉପରେ ଲାଗୁ ହେଉଥିବା ବାର୍ଷିକ ୧୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରାଶିକୁ ସରକାର ସୁଝିବେ । ହିତାଧିକାରୀ ମହିଳାମାନେ କେବଳ ୫ ବର୍ଷ ମଧ୍ୟରେ ସହଜ କିସ୍ତିରେ ମୂଳ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୪ ବର୍ଷ ମଧ୍ୟରେ ରାଜ୍ୟର ୧୧୦୦ ଜଣ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବହନ କ୍ଷେତ୍ରରେ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା। ମହିଳାମାନେ ଏହି ଯୋଜନାରେ କାର କିଣି ତାକୁ ଟ୍ୟାକ୍ସି ଭାବରେ ଚଳାଇ ଏକ ସ୍ଥାୟୀ ରୋଜଗାରର ପନ୍ଥା ସୃଷ୍ଟି କରିପାରିବେ। ଏହାଦ୍ୱାରା ସେମାନେ କେବଳ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସମାଜରେ ସେମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ। ପାରମ୍ପରିକ ଭାବେ ପୁରୁଷକୈନ୍ଦ୍ରିକ ପରିବହନ ବ୍ୟବସାୟରେ ମହିଳାଙ୍କ ପ୍ରବେଶ ଏକ ସାମାଜିକ ପରିବର୍ତ୍ତନର ବାର୍ତ୍ତା ବହନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଏହି ଯୋଜନା ରାଜ୍ୟର ଆର୍ଥିକ ବିକାଶରେ ମହିଳାଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done