ଆଜି ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିରରେ ମା 'ସରସ୍ବତୀଙ୍କ ପୂଜନ ଉତ୍ସବ ଯଥାବିଧିରେ ପୂଜକ ପଣ୍ଡିତ ଫକୀର ମିଶ୍ରଙ୍କ ଦ୍ୱାରା ସମାପନ ହୋଇଯାଇଛି । ଉକ୍ତ ପୂଜନ ଉତ୍ସବରେ ଶତାଧିକ ଶିଶୁଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ /ଅଭିଭାବିକା ଓ ନିମନ୍ତ୍ରିତ ଅତିଥି ଯୋଗଦାନ କରିଥିଲେ । ସ୍ଥାନୀୟ ସ୍ତରରେ ଅନେକ ଶିଶୁ ଖଡିଛୁଆଁ ଏବଂ ନୂତନ ନାମ ଲେଖାର ଶୁଭାରମ୍ଭ ମଧ୍ୟ କରିଥିଲେ । ଭବ୍ୟ-ଆଧ୍ୟାତ୍ମିକ ପରିବେଶରେ ଶାନ୍ତି ବାତାବରଣରେ ଉକ୍ତ ପୂଜନ ଉତ୍ସବ ସମାପନ ହୋଇଥିଲା ବୋଲି ବିଦ୍ୟାଳୟ ସମ୍ପାଦକ ଦିଗାମ୍ବର ମାଝୀ ସୂଚନା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ମମତା ସିଂହ, ମନ୍ଦାକିନୀ ମାକର, ତେଜରାଜ ସାହୁ ଓ ପ୍ରିୟଙ୍କା ସାହୁ ଶିଶୁଙ୍କ ମଙ୍ଗଳ କାମନା କରିଥିଲେ ।
0 Comments