ଝାରସୁଗୁଡା ଜିଲ୍ଲାରେ କୃମିନାଶକ ଦିବସ ଶୁଭାରମ୍ଭ ହୋଇଛି


 ଝାରସୁଗୁଡା  ଜିଲ୍ଲାରେ କୃମିନାଶକ ଦିବସ ଶୁଭାରମ୍ଭ ହୋଇଛି। ।ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ ପାଇଁ ପରାମର୍ଶ ଦେବା ସହ  ଖାଇବା ପୂର୍ବରୁ ଏବଂ ଶୌଚ ପରେ ସାବୁନ କିମ୍ବା ହେଣ୍ଡୱାସରେ ଭଲ ଭାବରେ ହାତ ଧୋଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।   ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା କୃମି ଆକ୍ରାନ୍ତ ବ୍ୟକ୍ତି କିଭଳି ଅପପୃଷ୍ଟି ଓ ରକ୍ତହୀନତା ଓ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ସେ ସମ୍ପର୍କରେ ବୁଝାଇବା ସହ କୃମି ଯୋଗୁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ତେଣୁ କୃମିର ସଂକ୍ରମଣକୁ ପ୍ରତିହତ କରିବା ଜରୁରୀ ଏବଂ ଏଥିପାଇଁ କୃମିନାଶକ ଔଷଧ ଆଲବାଣ୍ଡାଜୋଲ ଖାଇବା ଜରୁରୀ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ । କାର୍ଯ୍ୟକ୍ରମ ରେ ଡିପିଏମ (ଏନ ଏଚ ଏମ୍ ) ବୁଲୁନାଥ ସାହୁ, ବେଦାନ୍ତ ସି ଏସ ଆର ମୁଖ୍ୟ ଶୁଭାଶିଷ ଦାଶ,ଅମୀୟ ସାହୁ,ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ, ଆଶା,ଏ ଏନ  ଏମ୍  ଓ ମହିଳା ଆରୋଗ୍ୟ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଡି ଏମ୍ ଆର ସି ଏଚ ଦୀପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ ୨୪୭୪୦୨ଜଣ ହିତାଧିକାରୀ କୃମିନାଶକ ଆଲବାଣ୍ଡାଜୋଲ ଔଷଧ ସେବନ କରିବେ। ଔଷଧ ସେବନ ସମ୍ପୂର୍ଣ୍ଣ ନିରାପଦ ଅଟେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ କୁହାଯାଇଛି। ହିତାଧିକାରୀଙ୍କ ମଧ୍ୟରୁ ୧ରୁ ୧୯ ବର୍ଷ ବୟସର ୨୦୭୭୬୯ ଓ  ୨୦ରୁ ୨୪ ବର୍ଷ ବୟସର ୩୯୬୩୩ ଜଣ।  ୨୦ରୁ ୨୪ ବର୍ଷ ବୟସ ମଧ୍ୟରେ ପ୍ରଜନନକ୍ଷମ ବୟସର ମହିଳାମାନଙ୍କ ମଧ୍ୟରେ ଥିବା ଗର୍ଭବତୀ ଓ ପ୍ରସୂତିମାନେ ଏହି ଔଷଧ ସେବନ କରିବେ ନାହିଁ । ମୋଟ 762 ସ୍କୁଲ ଓ 967ଗୋଟି ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ମାଗଣାରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ 76ଜଣ ମହିଳା ସ୍ବାସ୍ଥ୍ୟକର୍ମୀ, 639ଜଣ ଆଶା ଓ 967ଜଣ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ରହିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଚଳିତ ଫେବୃଆରୀ ମାସ ୧୦ତାରିଖ ଦିନ ଔଷଧ ବିତରଣ କରାଯାଇଥିବା ବେଳେ  ଓ  ୧୭ତାରିଖ ଦିନ ମଧ୍ୟ ଔଷଧ ବିତରଣ କରାଯିବ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done