ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ଜେଜେବାପା / ଜେଜେମା ପୂଜନ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବ ରେ ବରିଷ୍ଠ ଆଇନଜୀବୀ ଶ୍ରୀ ରଘୁମଣି ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ବିକାଶ ର ସଂସ୍କାର ହିଁ ଶିକ୍ଷାର ସଫଳତା ର ଚାବିକାଠି ବୋଲି ନିଜର ଅଭିଭାଷଣ ରେ କହିଥିଲେ।ବିଦ୍ୟାଳୟର ସଂପାଦକ ଦିଗାମ୍ବର ମାଝୀ ମଞ୍ଚାସୀନ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶିଶୁଙ୍କର ଚଳନ୍ତି ଠାକୁର /ଠାକୁରାଣୀ ହେଉଛନ୍ତି ଜେଜେମା ଓ ବାପା ବୋଲି କହିଥିଲେ। ଗୁରୁକୂଳ ପଦ୍ଧତିରେ ଶିଶୁମାନେ ଫୁଲହାର ଦେଇ ପାଦ ଧୋଇ ବନ୍ଦାପନା କରି ପୂଜନ ଉତ୍ସବ କରିଥିଲେ।ସୁଭାଷ ପଟେଲ, ତୋଷମତି ପଟେଲ ପରି ଅନେକ ଜେଜେବାପା ଜେଜେମା କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଆମର ପୁରୁଣା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆହ୍ବାନ ସୃଷ୍ଟି କରିଥିଲେ ।ତାରିଣୀ ପ୍ରିୟା ମହାନ୍ତି ଓ ରଞ୍ଜିତା ନାଏକ ବୈଦିକ ରୀତିରେ ପୂଜାପାଠ କରାଇବାର ବ୍ୟବସ୍ଥା କରିଥିଲେ।ସେହିପରି ଚନ୍ଦ୍ରିକା କିଶାନ୍, ଆର୍ଜୁ ପଟେଲ,ଝରଣା ସାହୁ, ଓ ପ୍ରଜ୍ଞା ପ୍ରଧାନ ରକ୍ତ ଦାନ ଶିବିର ର ବ୍ୟବସ୍ଥା କରିଥିଲେ।ବିଦ୍ୟାଳୟର ସଂପାଦକ ଦିଗାମ୍ବର ମାଝୀ,ପ୍ରିୟଙ୍କା ସାହୁ,ପ୍ରମୋଦ କୁମାର ସେଟ୍, ପ୍ରେମାନନ୍ଦ ପଟେଲ, ଲାଲ୍ ନବ କିଶୋର ସିଂହ, ବିକାଶ ପାତ୍ର, ରୋହିତ ସେନ,ଆଦି ଅନେକ ସ୍ବେଛାକୃତ ଭାବେ ରକ୍ତ ଦାନ କାର୍ଯ୍ୟ ଆରମ୍ଭ କରିଥିଲେ।ସ୍ଥାନୀୟ ସ୍ତରରେ ନବୀନ ସେନ , ଉଦିତ କୁମାର ପଣ୍ଡା,ଅଶୋକ କୁମାର ଦାସ,ସୁରଜ୍ ପଟେଲ, ଅଶୋକ ପଟ୍ଟନାୟକ,ଗିରିଧାରୀ ଝ, ରୁପାନନ୍ଦ ଚୌଧୁରୀ, ଜୟ ଶଙ୍କର ପଟେଲ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ପରିଶେଷରେ କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ଵାରା ୨୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ବିଦ୍ୟାଳୟର ସେବିକା ମମତା ନାୟକ ସମସ୍ତ କାର୍ଯ ପ୍ରସ୍ତୁତି କରିଥିବାବେଳେ ପ୍ରଧାନ ଆଚର୍ଯ୍ୟା ମମତା ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।
0 Comments