୪୯ ନମ୍ବର୍ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ୪ ଜଣ ମୃତ ୯ ଆହତ । ଝାରସୁଗୁଡ଼ା ଜିଲ୍ଲା ୪୯ ନମ୍ବର୍ ଜାତୀୟ ରାଜପଥ ଯୁନିଅନରେ ଠାରେ ଏକ କୋଇଲା ବୋଝେଇ ଟ୍ରକ୍ ଏକ ମେଜିକ୍ ଗାଡ଼ିକୁ ଧକ୍କା ଦେଇଥିଲା । ମେଜିକ୍ ଗାଡ଼ିରେ ଥିବା ୧୩ ଜଣ ଯାତ୍ରୀ ମାନଙ୍କ ମଧ୍ୟରୁ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୯ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
0 Comments