ଜିଲ୍ଲା ସ୍ତରୀୟ 'ମୋ ଜଙ୍ଗଲ ଜମି ' ଯୋଜନା ପ୍ରଶିକ୍ଷଣ ଶିବିର


 ଜିଲ୍ଲା ସ୍ତରୀୟ 'ମୋ ଜଙ୍ଗଲ ଜମି ' ଯୋଜନା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ ଶିବିରରେ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।  ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ( ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ ୨୦୦୬ ଭାରତରେ ପ୍ରଚଳିତ ଅନ୍ୟାନ୍ୟ ଆଇନମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଓ ଉଲ୍ଲେଖନୀୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଉଲ୍ଲେଖ କରିବା ସହ  ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଜମି ଉପରେ ଅଧିକାରକୁ ସମର୍ଥନ ଦେଉଥିବା ଏହି ଲୋକାଭିମୁଖୀ ଆଇନଟି ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଓ ବିକାଶମୁଖୀ ବୋଲି କହିଥିଲେ।ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ସମସ୍ତେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସଂଜୀବ ପଟେଲ  ଜନଜାତି ଓ ବନବାସୀଙ୍କର  ଜଙ୍ଗଲ ଜମି ଉପରେ ଅଧିକାର ସାବ୍ୟସ୍ତ ଦିଗରେ ଆଇନ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି କହିଥିଲେ। ଶିବିରରେ ବିଶେସଂଜ୍ଞ ଭାବରେ ଯୋଗ ଦେଇ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ ମହାରଣା ଓ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ବୈଷୟିକ ସଂସ୍ଥାର ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଵିଶେସଂଜ୍ଞ ବିନୟ କିଶୋର ଦାଶ ଆଇନର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସମୁଚିତ ଏବଂ ପ୍ରଭାବୀ ଢଙ୍ଗରେ  ଆଇନ କିପରି  କାର୍ଯ୍ୟକାରୀ ହେବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବରେ ଉଭୟ ବୁଝାଇଥିଲେ। ଆଇନ ଉଲଂଘନକାରୀଙ୍କ ଉପରେ ଦଣ୍ଡ ବିଧାନର ବ୍ୟବସ୍ଥା ସମ୍ପର୍କରେ  ଶିବିରରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳକ ବେଦବ୍ୟାସ ଧୁରୁଆ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଦମିନିକ ଟପ୍ପୋ ଶିବିରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ଜିଲ୍ଲା ସଂଯୋଜିକା ବର୍ଷା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ସ୍ବେଛାସେବୀ ଅନୁଷ୍ଠାନ 'ସେବକ'ର ଅଧ୍ୟକ୍ଷ ଅମୀୟକାନ୍ତ ନାୟକ, ନିହାର ମହାପାତ୍ର ଓ ମମତା ବାଗ ପ୍ରମୁଖ ବ୍ଲକ ମଙ୍ଗଳ ଅଧିକାରୀ, ରେଞ୍ଜର , ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done