ଟାସ୍କଫୋର୍ସ ମାଧ୍ୟ୍ୟମରେ ୨ ଶିଶୁ ଶ୍ରମିକ ଉଦ୍ଧାର


 ଝାରସୁଗୁଡା ଜିଲ୍ଲା ରେ ଜିଲା ଶ୍ରମ ବିଭାଗ ର ତତ୍ଵlବଧାନ ରେ ଜିଲା ଟାସ୍କଫୋର୍ସ ମାଧ୍ୟମ ରେ  ପୌରାଞ୍ଚଳ ଅଧିନସ୍ଥ ଓମପି, ତାଳପାଟିଆ , ବାଏ ପାସ  ରୋଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସାମ୍ନା ଇତ୍ୟଦି ଅଂଚଳ ର ଢାବା, ଗେରେଜ , ହୋଟେଲ ଆଦି ଚଢ଼ାଉ କରି ୨ ଜଣ ନାବାଳକ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରିଯାଇଛି i ଏହି ନାବାଳକ ଦ୍ୱୟ ଙ୍କ ମଧ୍ୟରୁ  ଜଣେ ବିହାର ରାଜ୍ୟ ର ଓ  ଅନ୍ୟ ଜଣେ ଝାରସୁଗୁଡା ଜିଲ୍ଲା ର ବୋଲି ଜଣi ପଡିଛି . ଉଭୟ ଶିଶୁ ଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି, ଝାରସୁଗୁଡା  ରେ ଉପସ୍ଥାପନା କରା ଯାଇଛି ଏବଂ ପରବର୍ତ୍ତୀ ସମୟ ରେ ଉପଯୁକ୍ତ ଯାଞ୍ଚ କରାଯାୟୀ ଶିଶୁ ମାନଙ୍କର ଥଇଥାନ କରାଯିବl ର ବ୍ୟବସ୍ତା ରହି ଅଛିl ଉଦ୍ଧାର ହେଇଥିବା ଦୋକାନ ମାଲିକ ମାନକ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗତରଫରୁ କୁହାଯାଇଛି l ଆଜିର ଏହି ଚଢ଼ଉ ରେ ସହକାରୀ ଶ୍ରମ ଅଧିକାରୀ ,ଶ୍ରୀମତୀ ସସ୍ମିତା ବିଶ୍ୱାଳ ପ୍ରୋଗ୍ରାମ ମ୍ୟାନେଜେର NCLP , ଶ୍ରୀ ଜନ୍ମାଜୟ  ସା,ଜିଲ୍ଲା ଶିଶୁସୁରକ୍ଷା ୟୁନିଟ , ଝାରସୁଗୁଡା ର ପରାମର୍ଶଡାତା ଶ୍ରୀ ସମୀରକୁମାର ମିଶ୍ର ତଥା ଟାଉନ ଥାନା ରୁ ଶ୍ରୀମତୀ ଝରଣା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done