ସରବହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି


 ସରବହାଲ ସରକାରୀ ଉଚ୍ଚ ବିଦ୍ୟାଳୟ  ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ଝାଡେଶ୍ୱରି ସ୍ଵତନ୍ତ୍ର ବିଦ୍ୟାଳୟ, ବୁଡ଼ାପରା, ବୃନ୍ଦାମାଲ ସ୍ଵତନ୍ତ୍ର ବିଦ୍ୟାଳୟ,ଆଶା କିରଣ ସ୍ଵତନ୍ତ୍ର ବିଦ୍ୟାଳୟ ଓ ପ୍ରେରଣା ସ୍ଵତନ୍ତ୍ର ବିଦ୍ୟାଳୟ, ବେଲପାହାଡ଼ ର ପ୍ରାୟ ୩୦୦ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଶ୍ରୀଯୁକ୍ତ ଲଙ୍କେଶ୍ଵର ଅମାତ ,ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଏବଂ ଶ୍ରୀଯୁକ୍ତ ବିଶ୍ୱକେଶନ୍ ପାଣ୍ଡେ, OSD (Sport)   ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ କୁ ଉପଖଣ୍ଡ  ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ  ଗୋପଲକ୍ଷ୍ମୀ ହୋତା, ଜିଲ୍ଲା ଶିଶୁ  ସୁରକ୍ଷା ଅଧିକାରୀ  ଶ୍ରୀ ସୁନନ୍ଦ ମହାରଣା, ଜିଲ୍ଲା  ପ୍ରକଳ୍ପ ଅଧିକାରୀ ( ବିପର୍ଯ୍ୟୟ ପରିଚାଳନା ବିଭାଗ )ଶ୍ରୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କ୍ରୀଡା ପ୍ରତିଯୋଗିତା କୁ ୭ ଜଣ ଶାରୀରିକ ଶିକ୍ଷା  ଶିକ୍ଷକ ପରିଚାଳନା କରିଥିବା ବେଲେ ବକୃତା ପ୍ରତିଯୋଗୀତା କୁ ୩ ଜଣ ଜିଲ୍ଲା ଅଧିକାରୀ ତଥା ଚିତ୍ରାଙ୍କନ ପ୍ରତିଯୋଗିତା କୁ ୩ ଜଣ   କଳା ଶିକ୍ଷକ ସୁପରିଚାଳନା ସହ ସାମାଜିକ ସୁରକ୍ଷା ବିଭାଗ ର ଅନ୍ୟ  କର୍ମଚାରୀ ମାନେ ଯଥା ଆଦିତ୍ୟ କୁମାର ବାଦି, ପ୍ରଦ୍ୟୁମ୍ନ ପାଣିଗ୍ରାହୀ,ସୁସ୍ମିତା ଭୋଇ,ପ୍ରଜ୍ଞା ମିଶ୍ର ,ଜେଷ୍ଠାନନ୍ଦ କାହାଳୀ,ସୁଗନ୍ଧା ସିଂ, ନମିତା ଭୋଇ, ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done