ପରାମର୍ଶ ଦେଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆହୂତ ଗୁରୁତ୍ବପୂର୍ଣ୍ଣ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସକାଶେ ବିଭିନ୍ନ ବିଭାଗଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ନଦୀ ଜଳ ପ୍ରବେଶ କରୁଥିବା ସ୍ଥାନ ଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ରକ୍ଷା କରିବା , ପ୍ରାକ ପ୍ରସ୍ତୁତି ପୂର୍ବକ ବାଲି ବସ୍ତା ଓ ସିମେଣ୍ଟ ବସ୍ତା ମହଜୁଦ ରଖିବା, ବିଦ୍ୟାଳୟ ମାନଙ୍କରେ ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବା, ଚୂଡ଼ା ଚାଉଳ ଓ ଆବଶ୍ୟକୀୟ ଔଷଧାଦି ଗଛିତ ରଖିବା,ପାନୀୟ ଜଳ ବ୍ୟବସ୍ଥା, ନଳକୂପ ବିଶୋଧନ , ଗୃହପାଳିତ ପଶୁଙ୍କ ସକାଶେ ଖାଦ୍ୟ ଓ ଔଷଧ , ଉଦ୍ଧାର କାର୍ଯ୍ୟ ପାଇଁ ରିଲିଫ ଦଳ ଗଠନ ଓ ସେମାନଙ୍କୁ ପ୍ରଶିକ୍ଷଣ , ବିଭିନ୍ନ ସାମାଜିକ ସଙ୍ଗଠନ ସହ ଯୋଗାଯୋଗ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଝାରସୁଗୁଡ଼ା ବିଧାୟିକା ପ୍ରତିନିଧି ପ୍ରତାପ ନନ୍ଦ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା, ଡେପୁଟି କଲେକ୍ଟର ପ୍ରତିମା ପିଙ୍ଗ, ଡି ପି ଓ ସୁଶାନ୍ତ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋୖର ପାଳିକା ନିର୍ବାହୀ ଅଧିକାରୀଙ୍କ ସମେତ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ ।
0 Comments