ସମ୍ମିଳିତ ଆଦିବାସୀ ସମାଜର ଏକ ପ୍ରେସବାର୍ତ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବଧେଇ ଜଣାଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସମ୍ମିଳିତ ଆଦିବାସୀ ସମାଜର ନିରନ୍ତର ପ୍ରୟାସ ସଫଳ ହୋଇଛି। ୨୦୧୧ ମସିହା ଜନଗଣନା ଅନୁଯାଇ ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକରେ ବସବାସ କରୁଥିବା ଆଦିବାସୀ ଜନସଂଖ୍ୟା ୫୦ ପ୍ରତିଶତରୁ ଉର୍ଦ୍ଧ। ନିୟମ ଅନୁଯାୟୀ ଯେଉଁ ବ୍ଲକର ଆଦିବାସୀ ଜନସଂଖ୍ୟା ୫୦ ପ୍ରତିଶତରୁ ଉର୍ଦ୍ଧ ହୁଏ ସେହି ବ୍ଲକ ଗୁଡିକ ଟିଏସପିରେ ସାମିଲ ହୋଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଅନ୍ତର୍ଭୁକ୍ତ ହୋଇ ଅଞ୍ଚଳର ଦ୍ରୁତ ବିକାଶ ହୋଇଥାଏ। ସେହିପରି ବର୍ତ୍ତମାନ ଲଇକେରା କିର୍ମିରା ବ୍ଲକ ସରକାରଙ୍କର ଦ୍ରୁତ ବିକାଶ ଭାବରେ ପରିଗଣିତ ହୋଇଛି। ସେଥିପାଇଁ ସଂପୃକ୍ତ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ୨୦୧୫ ସେପ୍ଟେମ୍ବର ୧୫ ତାରିଖରେ ତତ୍କାଳୀନ ଝାରସୁଗୁଡା ଜିଲ୍ଳାପାଳ ଚୁଡାନ୍ତ ରିପୋର୍ଟ ସହିତ ଏହି ବ୍ଲକ ଦ୍ବୟକୁ ଟିଏସପିରେ ସାମିଲ କରିବା ପାଇଁ ସିପାରିସ କରିଥିଲେ।ରାଜ୍ୟ ସରକାର ୬ ନଭେମ୍ବର ୨୦୧୭ରେ ବିଧିବଦ୍ଧ ପ୍ରସ୍ତାବ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗକୁ ପଠାଇଥିଲେ। ଯାହା କେନ୍ଦ୍ର ସରକାର ତାଙ୍କ ନାଳିଫିତା ତଲେ ଦିର୍ଘ ପାଞ୍ଚ ବର୍ଷ ଚାପି ଦିଆଗଲା। ସମ୍ମିଳିତ ଆଦିବାସୀ ସମାଜର ପ୍ରତିନିଧି ଦଳ ବହୁବାର ଦିଲ୍ଲୀ ଗସ୍ତକରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଆଦିବାସୀ ଆୟୋଗ,ଆଦିବାସୀ ବିଭାଗ ମନ୍ତ୍ରୀ ସହିତ ସାଂସଦ ମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। କେନ୍ଦ୍ର ସରକାର ୨୪ ନଭେମ୍ବର ୨୦୨୨ ରେ ଉଭୟ ଲଇକେରା ଓ କିର୍ମିରା ବ୍ଲକ ଦ୍ବୟକୁ ଆଦିବାସୀ ବ୍ଲକ ଘୋଷଣା କରି ରାଜ୍ୟ ସରକାରଙ୍କ ପାଖକୁ ଆଇଟିଡିଏ ସ୍ଥାପନ ପାଇଁ ପତ୍ର ଲେଖିଥିଲେ। ୨୦୨୩ ମଇ ୨୩ ତାରିଖ ମଙ୍ଗଳବାର ଦିନ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲଇକେରା ଓ କିର୍ମିରା ବ୍ଲକ ପାଇଁ ନୂତନ ଭାବେ ଗଠିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ନଅଟି ନୂତନ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିପାଇଁ ଜିଲ୍ଲାର ସମସ୍ତ ଆଦିବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରେସବାର୍ତ୍ତାରେ ଉପଦେଷ୍ଟା ରତ୍ନାକର ପ୍ରଧାନ, ପ୍ରଭାକର ଓରାମ, ସଭାପତି ମାଧବ ସିଂହ ନାଏକ, ପ୍ରମୁଖ ସଚିବ ଅଶୋକ ମାଝୀ, ଉପସଭାପତି ବୀର ଧୁରୁଆ, କଷ୍ଟୁ ପିଙ୍ଗ, ଶ୍ୟାମଲାଲ ନାଏକ, ଗଜେନ୍ଦ୍ର ଓରାମ, ରମେଶ ଓରାମ,ତ୍ରିଲୋଚନ ଡନସନା, ବାସୁଦେବ ଧୁରୁଆ, ଦୂର୍ଗା କିସାନ, କପିଲ କିସାନ, ରବୀନ୍ଦ୍ର ପ୍ରଧାନ, ତୋଫାନ ସିଂହ ନାଏକ, ଜଗମୋହନ ପ୍ରଧାନ,ଶ୍ୟାମ ପ୍ରଧାନ, ସୋମନାଥ ପ୍ରଧାନ, ଭୋଳାନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
0 Comments