ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ପୁରୁଣା ପଦ୍ଧତିରେ ହେବ ପରୀକ୍ଷା


 ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ବର୍ଷ ଶେଷରେ ହେବ ଗୋଟିଏ ପରୀକ୍ଷା । ପୁଣି ପୁରୁଣା ପଦ୍ଧତିକୁ ଫେରିଛି ମାଟ୍ରିକ ପରୀକ୍ଷା । ହଟିଛି ସମେଟିଭ ପରୀକ୍ଷା । ପୂର୍ବ ଭଳି ପରୀକ୍ଷାର୍ଥୀ ଏବେ ଥରେ ପରୀକ୍ଷା ଦେବେ । କୋଭିଡ୍ ମହାମାରୀ ସମୟରେ ମାଟ୍ରିକ ପରୀକ୍ଷାର ପଦ୍ଧତି ରେ ପରିବର୍ତ୍ତନ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ବର୍ଷରେ ଦୁଇ ଥର ପରୀକ୍ଷା ଦେବା ପାଇଁ ପଡୁଥିଲା । ଏଥର କିନ୍ତୁ ସରକାର ଅଲଗା ନିଷ୍ପତି ନେଇଛନ୍ତି । ପରୀକ୍ଷାର୍ଥୀ ଏଣିକି ଗୋଟିଏ ବୋର୍ଡ ପରୀକ୍ଷା ଦେବେ । ପୂର୍ବରୁ ହେଉଥିବା ଦୁଇ ଟି ସମେଟିଭ ପରୀକ୍ଷା ଆଉ ରହିବ ନାହିଁ । ଦଶମ ଶ୍ରେଣୀ ରେ କେବଳ ଗୋଟିଏ ପରୀକ୍ଷା ହେବ । ପୁରୁଣା ପଦ୍ଧତି ଅନୁଯାୟୀ ହେବ ପରୀକ୍ଷା । କିନ୍ତୁ ଇଣ୍ଟରନାଲ୍ ଆସେସମେଣ୍ଟ ଓ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଯେମିତି ହେଉଥିଲା ତାହା ସେମିତି ରହିବ । ତେବେ ପ୍ରଶ୍ନପତ୍ର ର ଢାଞ୍ଚା ବଦଳିବା ନେଇ ମଧ୍ୟ କୁହାଯାଉଛି । ୬୦୦ ମାର୍କ ର ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ । ଏହି ପ୍ରଶ୍ନପତ୍ର DEO ଙ୍କ ପାଖକୁ ଯିବ ଏବଂ ସେଠାରୁ ସମସ୍ତ ସ୍କୁଲ୍ କୁ ପ୍ରଶ୍ନପତ୍ର ଯିବ ପରୀକ୍ଷା ପାଇଁ । ଅନ୍ୟପକ୍ଷେ ସପ୍ଲିମେଣ୍ଟ୍ରି ପରୀକ୍ଷା ପୂର୍ବ ଭଳି ରହିବ । ମେ ୨୬ ରୁ ଜୁନ ଯାଏଁ formfillup ହୋଇପାରିବ ଓ ଜୁଲାଇ ୩ ରୁ ଜୁଲାଇ ୮ ପର୍ଯ୍ୟନ୍ତ  ସପ୍ଲିମେଣ୍ଟ୍ରି ପରୀକ୍ଷା ହେବ । ତେବେ କୋଭିଡ୍ ପରେ ପୁଣି ପରୀକ୍ଷା ଢାଞ୍ଚା ରେ ପରିବର୍ତନ ହୋଇଥିବାରୁ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । କାରୋନା ଯୋଗୁଁ ଦୁଇ ବର୍ଷ ହେଲା ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳିତ ହେଉଥିଲା । ୨୦୨୦ ରେ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାର୍ଥୀ ପାସ୍ ହୋଇଥିଲେ । ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ କରିବା ସହ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାଙ୍କନ ପଦ୍ଧତିରେ ଅନେକ ପରିବର୍ତ୍ତନ କରିଥିଲେ । ତେବେ ବୋର୍ଡ ର ଏହି ନିଷ୍ପତିକୁ ବିରୋଧ କରୁଛନ୍ତି ଶିକ୍ଷାବିତ । ପୂର୍ବରୁ ପିଲାଙ୍କ ଅଭ୍ୟାସ ପାଇଁ ଯେଭଳି ସାଣ୍ମ।ସିକ ପରୀକ୍ଷା ହେଉଥିଲା ତାହା ହେବ । ଇଣ୍ଟରନାଲ୍ ଆସେସମେଣ୍ଟ ୪ ଟି କ୍ୱାଟର ରେ ହେବ । ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done