ମନ୍ତ୍ରୀ ନବ ଦାସ୍ ହତ୍ୟାକାଣ୍ଡ ମାମଲା ରେ ଚାର୍ଜସିଟ ଦାଖଲ କରି ପାରେ କ୍ରାଇମ୍ ବ୍ରାଞ୍ଚ । ଝାରସୁଗୁଡ଼ା ସ୍ଥିତ JMFC କୋର୍ଟରେ ଚାର୍ଜସିଟ ଦାଖଲ କରି ପାରେ କ୍ରାଇମ୍ ବ୍ରାଞ୍ଚ । ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ୍ ASI ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ସମସ୍ତ ପ୍ରକାର ସାଇନଟିଫିକ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ କୁ ଭିତ୍ତି କରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି । ଗତ ଜାନୁଆରି ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଗୋପାଳ ଦାସ କୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବ୍ ରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ୍ ବିଶେଷଜ୍ଞଙ୍କ ଦ୍ଵାରା ଝାରସୁଗୁଡ଼ାରେ ଗୋପାଳ ର ହୋଇଥିବା ଏଭ୍ଲିଏ ଟେଷ୍ଟ ର ତର୍ଜମା ମଧ୍ୟ କରାଯାଇଥିଲା । SCB ମାନସିକ ଚିକିତ୍ସା ପ୍ରତିଷ୍ଠାନ ର ୫ ଜଣିଆ ବିଶେଷଜ୍ଞ ଟିମ୍ ର ଯାଞ୍ଚ୍ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ । ତେବେ ଏହି ସବୁ ତଥ୍ୟକୁ ନେଇ କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟ ଦାଖଲ କରିବ ବୋଲି କୁହାଯାଉଛି ।
0 Comments