କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅନ୍ତର୍ଭୁକ୍ତ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଚେତନତା ରଥକୁ ଅତିରିକ୍ତ ଜ଼ିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ ଓ ଅତିରିକ୍ତ ଜ଼ିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କ ମଧ୍ୟରେ ମିଲେଟର ଉପାଦେୟତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ମିଲେଟ ମିଶନର କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳଦେବ ମହାପାତ୍ର, ଓଡିଶା ମିଲେଟ ମିଶନ ଜ଼ିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଟିକେଶ୍ୱର ବେହେରା, ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଜକା, ସେୱା ଓ ସେବକର କର୍ମକର୍ତ୍ତାଙ୍କ ସମେତ ସହିତ ଅନ୍ୟାନ୍ୟ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ l ସେବକ ଅନୁଷ୍ଠାନ ମାଧ୍ୟମରେ ପରିଚାଳନା କରାଯାଉଥିବା ସଚେତନତା ରଥ ଜ଼ିଲ୍ଲାର ସମସ୍ତ ବ୍ଲକ ପରିଭ୍ରମଣ କରି କୃଷକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଲଘୁଶସ୍ୟର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବ l
ଉଲ୍ଲେଖଯୋଗ୍ୟ, ଲଘୁଶସ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ମିଳିତ ଜାତିସଙ୍ଘ ଦ୍ୱାରା ୨୦୨୩କୁ ଲଘୁଶସ୍ୟ ବର୍ଷ ଭାବରେ ଘୋଷଣା କରାଯାଇଛି। ଆଗାମୀ ଦିନରେ ଜନ ସମୁଦାୟ ଲଘୁଶସ୍ୟକୁ ନିଜ ଖାଦ୍ୟ ଥାଳିକୁ ଆଣିବା ସକାଶେ ଓ ଜଳବାୟୁ ପରିବର୍ତ୍ତନରେ ମିଲେଟର ଭୂମିକା ଉପରେ ଜନ ଜାଗରଣ ସୃଷ୍ଟି କରିବା ସକାଶେ ସଚେତନତା କାର୍ଯ୍ୟକ୍ରମ ଉଦ୍ଦିଷ୍ଟ।
0 Comments