ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଛି । ବ୍ୟକ୍ତିଗତ କାରଣ ପାଇଁ ହତ୍ୟା କରିଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି।


 ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ୍ ହତ୍ୟା ମାମଲା ରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ ତାରିଖକୁ ପୂରିବା ୪ ମାସ । ଚାରିମାସ ପରେ ଶେଷରେ ଦାଖଲ ହୋଇଛି ମନ୍ତ୍ରୀ ନବ ଦାସ ମାମଲାରେ ଚାର୍ଜସିଟ୍ । ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । କ୍ରାଇମ୍ ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା JMFC କୋର୍ଟ କୁ ଯାଇ ୫୪୩ ଫର୍ଦ୍ଦ ର ଏକ ଚାର୍ଜସିଟ୍ ଯେଉଁଥିରେ ତଦନ୍ତର ସମସ୍ତ ତଥ୍ୟ ରହିଛି ତାହା ଦାଖଲ କରିଛି । ତେବେ ଏହି ଚାର୍ଜସିଟ୍ ରେ ପୋଲିସ୍ ASI ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ନେଇ ଦର୍ଶାଯାଇଛି ଏହି ଚାର୍ଜସିଟରେ । ଅଭିଯୁକ୍ତ ଗୋପାଳ ଦାସ ବିରୁଦ୍ଧରେ ୩୦୭/୩୦୨ ଆର୍ମସ୍ ଆକ୍ଟ ୨୭(A) ଅନୁଯାୟୀ ଚାର୍ଜ ଫ୍ରର୍ମ କରାଯାଇଛି ।  ତେବେ କ୍ରାଇମବ୍ରାଞ୍ଚ କେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେନେଇ କୌଣସି ସୂଚନା ମିଳିନାହିଁ । ଗୋପାଳ ଜାଣି ଜାଣି ଏହି ହତ୍ୟା କରିଛି । ଏହା ପୂର୍ବ ଯୋଜନାବଦ୍ଧ ହତ୍ୟା ଅଟେ । ବ୍ୟକ୍ତିଗତ ରାଗ ରଖି ସେ ହତ୍ୟା କରିଛି । ଗୋପାଳ ପାଗଳ ନୁହେଁ , ତାର ବାଇପୋଲାର୍ ଡିଜଅର୍ଡର୍ ନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done