ଚଳିତ ଶିକ୍ଷା ବର୍ଷରୁ ସମଗ୍ର ଓଡ଼ିଶାର ୯୨ ଟି ଉଚ୍ଚବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆର୍ଟ ଷ୍ଟ୍ରୀମ କୁ ଉନ୍ନୀତ କରିବାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ନୂଆଁଦିଲ୍ଲୀ ପକ୍ଷରୁ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ଲଖନପୁର ବ୍ଲକର J.L ହାଇସ୍କୁଲ୍ ଅଢାପରା , ପଞ୍ଚାୟତ ସରକାରୀ ହାଇସ୍କୁଲ୍ ଲଖନପୁର, ମହାତ୍ମା ଗାନ୍ଧୀ ସରକାରୀ ହାଇସ୍କୁଲ୍ କଦମଡିହି ଓ ସରକାରୀ ହାଇସ୍କୁଲ ପଣ୍ଡରି ସ୍ଥାନ ପାଇଛି । ଯାହାକୁ ଲଖନପୁର ବ୍ଲକର ଜନସାଧାରଣ ସ୍ବାଗତ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆର୍ଟ ଷ୍ଟ୍ରୀମ ର ଆବଶ୍ୟକତା କୁ ଉପଲବ୍ଧ କରି ବିଗତ ଦିନରେ ଜିଲ୍ଲାସ୍ତରରୁ କେତେକ ବିଦ୍ୟାଳୟ ତାଲିକା କରାଯାଇ ଅନୁମୋଦନ ନିମନ୍ତେ ଆବେଦନ କରାଯାଇଥିଲା । ଯାହାକୁ ଗୁରୁତ୍ଵ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ନୂଆଁଦିଲ୍ଲୀ ପକ୍ଷରୁ ଓଡ଼ିଶାର ୯୨ ଟି ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯିବା ପାଇଁ ଅନୁମୋଦନ କରାଯାଇଛି । ଚଳିତ ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଉଛି । ଏତତ୍ ବ୍ୟତୀତ ଅନୁମୋଦନ ହୋଇଥିବା ବିଦ୍ୟାଳୟ ଗୁଡିକରେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟାଳୟ ପିଛା ୧୬.୫୦ ଲକ୍ଷ ବିନିଯୋଗ କରାଯିବ ବୋଲି ଜଣାପଡିଛି ।
0 Comments