ଅଲ୍ ଓଡିଶା ରବିଦାସ ସମାଜ ର ସଭାପତି ଶ୍ରୀମାନ ସୀତାରାମ ମେହେର ଏବଂ ଜିଲ୍ଲା ରୋହିଦାସ ସେବା ସଂଘ ଝାରସୁଗୁଡ଼ା ର ଉପସଭାପତି ଶ୍ରୀମାନ ମୂଲଚାନ୍ଦ ରୋହିଦାସ ଙ୍କ ମିଳିତ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋଇସିଂହ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଖଣ୍ଡିଆ ରୋହିଦାସ ପଡା ଠାରେ ନିର୍ମାଣଧୀନ କଲ୍ୟାଣ ସମସ୍ୟା ଏବଂ ପୋଖରୀ ଖନନ କାର୍ଯ୍ୟରେ ବ୍ୟବହୃତ ପୋକଲିନ ଓ ଟ୍ରକ ଜଳାପୋଡା ଘଟଣା ର ଅନୁଧ୍ୟାନ କରିବା ପାଇଁ ଆସିଥିଲେ। ଏହି ଅବସରରେ ନେତାଜୀ କ୍ଲବ୍ ରୋହିଦାସ ପଡ଼ା ଠାରେ ଏକ ସାମାଜିକ ସଭା ଅନୁଷ୍ଠିତ କରାଯାଇଥିଲା ଏବଂ ସ୍ଥାନୀୟ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେଲା ପରେ ପ୍ରତିନିଧି ଦଳ ପୋକଲିନ ଏବଂ ଟ୍ରକ ପୋଡ଼ାଜଳା ହୋଇଥିବା ଘଟଣା ସ୍ଥଳ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ସ୍ଥାନ କୁ ପରିଦର୍ଶନ କରିଥିଲେ । ଏହା ପରେ ପ୍ରତିନିଧି ଦଳ ଉକ୍ତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ ସ୍ମାରକ ପତ୍ର ରେ ଗାଡ଼ି ପୋଡ଼ା ଜଳା ଘଟଣାରେ ଜଡ଼ିତ ଦୁର୍ବୁତ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନେତାଜୀ କ୍ଲବ୍ ରୋହିଦାସ ପଡ଼ା ବାସୀଙ୍କ ସୁରକ୍ଷା ଏବଂ ନିର୍ମାଣଧୀନ କଲ୍ୟାଣ ମଣ୍ଡପ କୁ ଶୀଘ୍ର ସମ୍ପୂର୍ଣ କରାଯିବା ସହ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ଆଦି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ଅଲ୍ ଓଡିଶା ରବିଦାସ ସମାଜ ର ସଭାପତି ଶ୍ରୀମାନ ସୀତାରାମ ମେହେର, ସମ୍ପାଦକ ଶ୍ରୀମାନ କୁନ୍ଦୁରୁ ଦାସ, ବରଗଡ଼ ସଭାପତି ଶ୍ରୀମାନ ମହେନ୍ଦ୍ର ସୁନା, ବରିଷ୍ଠ ସଦସ୍ୟ ଇନ୍ଦ୍ରମଣି ମେହେର, ମହେନ୍ଦ୍ର ରୋହିଦାସ, ରମଣି ରୋହିଦାସ, ଝାରସୁଗୁଡ଼ା ଜିଲ୍ଲା ଉପସଭାପତି ମୂଲଚାନ୍ଦ ରୋହିଦାସ, କୋଷାଧ୍ୟକ୍ଷ ହରିହର ରୋହିଦାସ, ସଂଯୋଜକ ପଞ୍ଚାନନ ରୋହିଦାସ, ମକରଧ୍ବଜ ରୋହିଦାସ, ହୃଦାନନ୍ଦ ରୋହିଦାସ, ଚନ୍ଦ୍ରକାନ୍ତ ମିରିଗ, ସଦାନନ୍ଦ ରୋହିଦାସ ଏବଂ ଜୟ ବିହାରି ରୋହିଦାସ ପ୍ରମୁଖ ଉପସ୍ଥିତ ଥିଲେ।


0 Comments