ଝାରସୁଗୁଡ଼ା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


 *ଝାରସୁଗୁଡ଼ା, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଅବକାରୀ ଥାନା ଏବଂ ରେଞ୍ଜ କାର୍ଯ୍ୟାଳୟ ଗସ୍ତ କରି ବାର୍ଷିକ ସମୀକ୍ଷା ଓ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ପ୍ରଭାତ କୁମାର ସେଠୀ, ଅବକାରୀ ଅଧିକ୍ଷୟ ଉପସ୍ଥିତ ରହି ଏହି ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲାରେ ବେଆଇନ ମଦ ବେପାର ଓ ବିଭିନ୍ନ ଚୋରା ଚାଲାଣ ରୋକିବା ସହ ଅବକାରୀ ରାଜସ୍ୱ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ଅବକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ନିଶା ଦ୍ରବ୍ୟର କାରବାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳ ସହର ଓ ଗ୍ରାମାଞ୍ଚଳରେ ନିୟମିତ ଭାବେ ଚଢ଼ାଉ ଜାରି ରଖିବାକୁ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାରର ଭେଜାଲ କିମ୍ବା ବେଆଇନ ମଦ ଯେପରି ଜିଲ୍ଲାକୁ ପ୍ରବେଶ ନକରେ, ସେଥିପ୍ରତି କଡ଼ା ନଜର ରଖିବାକୁ କୁହାଯାଇଛି। ଏଥିସହିତ, ଜିଲ୍ଲାରେ ଥିବା ସମସ୍ତ ଲାଇସେନ୍ସପ୍ରାପ୍ତ ଅବକାରୀ ଦୋକାନଗୁଡ଼ିକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ସମ୍ପୂର୍ଣ୍ଣ ଅବକାରୀ ରାଜସ୍ୱ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏତଦ୍‌ବ୍ୟତୀତ, ଜିଲ୍ଲାରେ ଅବକାରୀ ବିଭାଗର ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି କିର୍ମିରା ଏବଂ କୋଲାବିରା ଅବକାରୀ ଥାନାକୁ ତୁରନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ଆକଳନ ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ, କାର୍ଯ୍ୟାଳୟରେ ଖାଲିପଡ଼ିଥିବା ଆବଶ୍ୟକୀୟ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଅବକାରୀ କମିଶନରଙ୍କୁ ଚିଠି ଲେଖାଯିବ ବୋଲି ପ୍ରକାଶ ପାଇଛି। ଏହି ପରିଦର୍ଶନ ସମୟରେ ଅବକାରୀ ବିଭାଗର ସମସ୍ତ ପ୍ରମୁଖ ରେକର୍ଡ, ରେଜିଷ୍ଟର ଏବଂ କାଗଜପତ୍ରର ମଧ୍ୟ ସମୀକ୍ଷା କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done