ଲଖନପୁରଠାରେ ଯୁଗ୍ମ ଅଭିଯୋଗ ଶୁଣାଣି


 ଲଖନପୁର ବ୍ଲକ ମୁଖ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୪୯ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ  ସବ୍ୟସାଚୀ ପଣ୍ଡା, ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରହଣ କରାଯାଇଥିବା ମୋଟ ୪୯ଟି ଆବେଦନ ମଧ୍ୟରୁ ୩୬ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୩ଟି ସାମୁହିକ ବା ଗୋଷ୍ଠୀଗତ ଆବେଦନ ରହିଥିଲା। ଏହି ଅବସରରେ ଜରୁରୀ ଆର୍ଥିକ ସହାୟତା ପାଇଁ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧ଟି ଏବଂ ରେଡକ୍ରସ ଫଣ୍ଡରୁ ୩ଟି ଆବେଦନକୁ ମଞ୍ଜୁର କରାଯାଇଥିଲା। ଶିବିରରେ ତତ୍କାଳ ସହାୟତା ସ୍ୱରୂପ ମୋଟ ୪ ଜଣ ହିତାଧିକାରୀଙ୍କୁ ୭୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ଜମି ସୀମା ନିର୍ଦ୍ଧାରଣ, ଜମି ପଟ୍ଟା ବଣ୍ଟନ, ଧାନ କ୍ରୟ ଏବଂ ମଣ୍ଡି ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା ଏବଂ ଗ୍ରାମୀଣ ରାସ୍ତାଘାଟ ନିର୍ମାଣ ଓ ମରାମତି ଭଳି ଜନସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ପ୍ରମୁଖ ଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଅଭିଯୋଗର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେଇ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done