ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ*


 ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବିଏଲଓ (Booth Level Officer) ଓ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପ-ଜିଲ୍ଲାପାଳ, ଝାରସୁଗୁଡ଼ା ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ୦୭-ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି l

     ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୋଲାବିରା, କିର୍ମିରା ଓ ଲଇକେରା ବ୍ଲକର ବିଏଲଓ ଓ ବିଏଲଓ ସୁପରଭାଇଜରମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଝାରସୁଗୁଡ଼ା ବ୍ଲକ ଓ ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ବିଏଲଓ ଓ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୃଥକ ପୃଥକ ଭାବେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।

          ପ୍ରଶିକ୍ଷଣ ସମୟରେ ମତଦାତା ତାଲିକାର ସ୍ୱତନ୍ତ୍ର, ନିରନ୍ତର ଓ ସଠିକ୍ ଅଦ୍ୟତନ, ନୂତନ ମତଦାତାଙ୍କ ପଞ୍ଜୀକରଣ, ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱୈତ ନାମ ଅପସାରଣ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ୍ ପାଳନ ଏବଂ ବିଭିନ୍ନ ଅନଲାଇନ୍ ସେବାର ବ୍ୟବହାର ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଏଥିସହ 07 ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ 310 ଜଣ ବି ଏଲ ଓ ଏବଂ 26 ଜଣ ବି ଏଲ ଓ ସୁପରଭାଇଜର ଙ୍କୁ ଆଗାମୀ ତା. 5/7/2026 ଦିନ ପ୍ରକାଶ ପାଇବାକୁ ଥିବା ଚିଠା ଭୋଟର ତାଲିକା କୁ ଉକ୍ତ ଦିନ ନିଜ ନିଜ ବୁଥ ରେ ଭୋଟରଗଣ ଙ୍କ ଉପସ୍ଥିତି ରେ ଡିସପ୍ଲେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଏତଦ ବ୍ୟତୀତ ଚିଠା ଭୋଟର ତାଲିକା ପ୍ରକାଶନ ପରେ ପରବର୍ତ୍ତୀ କାର୍ଯ୍ୟଧାରା ଗୁଡିକ ସମ୍ପର୍କ ରେ ବି ଏଲ ଓ ମାନଙ୍କୁ ଅବଗତ କରାଯାଇଥିଲା l

ଉପ-ଜିଲ୍ଲାପାଳ ତଥା ଇଆରଓ ଶ୍ରୀ ସବ୍ୟସାଚୀ ପଣ୍ଡା ସମସ୍ତ ବିଏଲଓଙ୍କୁ କ୍ଷେତ୍ରସ୍ତରରେ ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ କରି ଏକ ନିର୍ଭୁଲ  ଓ ଅନ୍ତର୍ଭୁକ୍ତିମୂଳକ ମତଦାତା ତାଲିକା ପ୍ରସ୍ତୁତି ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done