୨୩ ବର୍ଷ ପରେ ମିଳିଲା ନ୍ୟାୟ ।


 ୨୩ ବର୍ଷ ପରେ ମିଳିଲା ନ୍ୟାୟ । ସରସପାଲି ରେ ଦମ୍ପତି ଙ୍କୁ ବିବତ୍ସ କରି ଗାଁରେ ବୁଲାଇବା ମାମଲାରେ ୧୪ ମହିଳା ଦୋଷୀ ସାବ୍ୟସ୍ତ । 

ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଥାନା ଅନ୍ତର୍ଗତ ସରସପାଲି ଗ୍ରାମରେ ୨୮ ମାର୍ଚ୍ଚ ୨୦୦୩ରେ ଘଟିଥ‌ିବା ଏକ ଅମାନବୀୟ ଘଟଣାରେ ଦୀର୍ଘ ୨୩ ବର୍ଷ ପରେ ନ୍ୟାୟ ମିଳିଛି । ଗ୍ରାମର ଏକ କମିଟିକୁ ସମର୍ଥନ ନ କରିବାରୁ ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଘରୁ ଟାଣି ଆଣି ଜୋତା ମାଳ ପିନ୍ଧାଇବା, ମୁହଁରେ କଳା ବୋଳିବା, ବିବତ୍ସ କରି ସାରା ଗ୍ରାମରେ ବୁଲାଇବା ଓ ମାଡ଼ ମାରିବା ଘଟଣାରେ ଝାରସୁଗୁଡ଼ା ମହିଳା ଅଦାଲତ ୧୪ ଜଣ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ IPC ଧାରା ୩୪୧, ୩୨୩, ୩୫୪ ଓ ୩୫୫ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଧାରା ୨୯୪ରେ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବାରୁ ସେମାନଙ୍କୁ ସେହି ଧାରାରୁ ମୁକ୍ତ କରାଯାଇଛି । "ଜଣେ ମହିଳାଙ୍କୁ ସର୍ବସାଧାରଣରେ ବିବସ୍ତ୍ର କରିବା ତାଙ୍କ ମର୍ଯ୍ୟାଦା ଉପରେ ଚରମ ଆଘାତ । ଏଭଳି ଅପରାଧରେ କୌଣସି ପ୍ରକାରର ଅନୁକମ୍ପା ଦେଖାଯାଇପାରିବ ନାହିଁ ବୋଲି ରାୟ ଶୁଣାଇବା ସମୟରେ ଅଦାଲତ କହିଛନ୍ତି ।  ସେହି କାରଣରୁ Probation of Offenders Act ର ସୁବିଧା ଦେବାକୁ ମଧ୍ୟ ଅଦାଲତ ମନା କରିଛନ୍ତି । ତେବେ ଏହି ରାୟ କେବଳ ଗୋଟିଏ ମାମଲାର ରାୟ ନୁହେଁ, ବରଂ ମହିଳାଙ୍କ ସମ୍ମାନ, ମର୍ଯ୍ୟାଦା ଓ ମାନବାଧିକାର ସୁରକ୍ଷା ପ୍ରତି ନ୍ୟାୟପାଳିକାର ଏକ ଦୃଢ଼ ବାର୍ତ୍ତା ଅଟେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done