ସମବାୟ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ୫ମ ପ୍ରତିଷ୍ଠା ଦିବସ ଅବସରରେ ସମବାୟ ବିଭାଗ, ଓଡିଶା ତରଫରୁ ଝାରସୁଗୁଡା ଜ଼ିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି


 ସମବାୟ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ୫ମ ପ୍ରତିଷ୍ଠା ଦିବସ ଅବସରରେ ସମବାୟ ବିଭାଗ, ଓଡିଶା ତରଫରୁ ଝାରସୁଗୁଡା ଜ଼ିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି |  ଏହି ଉପଲକ୍ଷେ ସମବାୟ ବିଭାଗ ଝାରସୁଗୁଡା  ପକ୍ଷ ରୁ ତା. ୨୯.୦୬.୨୦୨୬ ରୁ ତା. ୦୬.୦୭.୨୦୨୬ ପର୍ଯ୍ୟନ୍ତ ସମବାୟ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ସମବlୟକୁ  ସୁଦୃଢ କରିବା ସହିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମବାୟ ର ଭୂମିକା ଓ ସମବାୟ ରୁ ସମୃଦ୍ଧି ଉପରେ ଜଣାଇବା ଉଦ୍ଦେଶ୍ୟ ରେ  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡି.ଏମ.ଏଫ. ଅଡିଟୋରିୟମ ଠାରେ  ପ୍ରବନ୍ଧ, ବକ୍ତୃତା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି | ଏଥିରେ ଜ଼ିଲ୍ଲାର କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗ ର  ବହୁ ଛାତ୍ରଛାତ୍ରୀ ଯୋଗଦାନ କରି ନିଜ ନିଜର ମତାମତ, ରଚନା ଓ ବକୃତା ମାଧ୍ୟମରେ ସମାଜରେ ସମବାୟ ର ଯୋଗଦାନ ଓ ସମବlୟରୁ ସମୃଦ୍ଧି ବିଷୟରେ ମତବ୍ୟକ୍ତ କରିଥିଲେ|  ଏଥିରେ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରତିଯୋଗିତା ସ୍ଥାନ ପାଇଥିଲା | କୃତି ଛାତ୍ରଛାତ୍ରୀ ମାନଙ୍କୁ ସମବାୟ ବିଭାଗ ଝାରସୁଗୁଡା ତରଫରୁ ପୁରସ୍କୃତ କରାଯାଇଥିଲା| ଏହି କାର୍ଯ୍ୟକ୍ରମ କୁ  (ଉପନିବନ୍ଧକ) ପରିଚାଳନା ଶ୍ରୀମତୀ ମମତାରାଣୀ କୁଜୁର ପରିଚାଳନା କରିଥିଲେ | ପ୍ରତିଯୋଗିତା ର ବିଚାରକ ଭାବେ ଶ୍ରୀ ଠାକୁରରାମ ପଟେଲ, ପୂର୍ବତନ ସମବାୟ ବିଭାଗର ଅଧିକାରୀ,ଶ୍ରୀ ସୁଜିତ କୁମାର ରଥ, ଅଧ୍ୟକ୍ଷ, କୃତାର୍ଥ ଆଚାର୍ଯ୍ୟ ପ୍ରଶିକ୍ଷଣ କେନ୍ଦ୍ର, ବରଗଡ଼ ଉପସ୍ଥିତ ରହି  ବିଚାର କ ଦାୟିତ୍ୱ ତୁଲାଇଥିଲେ | ଏହା ସହିତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ତଥା ପୂର୍ବତନ ଅଧିକାରୀ ଏହାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ   ସହଯୋଗ  କରିଥିଲେ |  ଏଥିରେ ପ୍ରୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ନଗଦ ଟଙ୍କା , ମାନପତ୍ର ଓ  ଟ୍ରଫି ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ସମ୍ପାଦନା କରିବା ସକାଶେ  ଶ୍ରୀମତୀ କୁଜୁର ସମସ୍ତଙ୍କ ସହଯୋଗ କାମନା କରିଥିଲେ l l ଆସନ୍ତାକାଲି ତା. ୦୪.୦୬.୨୦୨୬ ରିଖ ଦିନ ଜ଼ିଲ୍ଲାସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ରକ୍ତଦାନ କାର୍ଯ୍ୟକ୍ରମ ଥିବାରୁ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହାକୁ ସlଫଲ୍ୟ ମଣ୍ଡିତ କରିବା  ପାଇଁ ଶ୍ରୀମତୀ କୁଜୁର ଅନୁରୋଧ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done