ଓଡ଼ିଶାରେ ପୁଣି କରୋନା ସତର୍କତା



 ଓଡ଼ିଶାରେ ପୁଣି କରୋନା ସତର୍କତା! ଆନ୍ଧ୍ର ସୀମାରେ ହାଇଆଲର୍ଟ, ସୀମାବର୍ତ୍ତୀ ଜିଲ୍ଲାକୁ କଡ଼ା ନଜର

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ପରେ ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଗଞ୍ଜାମ ସମେତ ସମସ୍ତ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଗଞ୍ଜାମ ସମେତ ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ସୀମାବର୍ତ୍ତୀ ଜିଲ୍ଲାରେ କଡ଼ା ନଜର ରଖିବା ସହ ସନ୍ଦିଗ୍ଧ ରୋଗୀଙ୍କ କୋଭିଡ୍ ପରୀକ୍ଷା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଏହା ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ମିଳିଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସକୁ ମଧ୍ୟ ଜୋରଦାର କରାଯାଇଛି।

 ଏହା ସହିତ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ଲୋକମାନଙ୍କୁ ଆବଶ୍ୟକ ସ୍ଥାନରେ ମାସ୍କ ପିନ୍ଧିବା, ଭିଡ଼ ସ୍ଥାନରେ ସାବଧାନ ରହିବା ଏବଂ ଅସୁସ୍ଥ ଅନୁଭବ କଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done