ଜନସୁରକ୍ଷା, ଆଇନ-ଶୃଙ୍ଖଳା ବଜାୟ ରଖିବା ଏବଂ ସୁରକ୍ଷାଗତ କାରଣରୁ ଝାରସୁଗୁଡ଼ା ଜିଲ୍ଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ ର ଧାରା ୧୬୩ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ପାଇଁ 'ନୋ ଫ୍ଲାଇଙ୍ଗ ଜୋନ୍' ଘୋଷଣା କରାଯାଇଛି।
ଏହି ସମୟ ମଧ୍ୟରେ ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଡ୍ରୋନ୍, UAV, ପାରାଗ୍ଲାଇଡର୍, ହଟ୍ ଏୟାର ବାଲୁନ୍, ମାଇକ୍ରୋଲାଇଟ୍ ବିମାନ ଏବଂ ଅନ୍ୟାନ୍ୟ ଉଡ଼ନ୍ତା ଉପକରଣ ଉଡ଼ାଇବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।
ସମସ୍ତ ନାଗରିକ, ଫଟୋଗ୍ରାଫର, ଡ୍ରୋନ୍ ଅପରେଟର ଏବଂ ସମ୍ପୃକ୍ତ ସଂସ୍ଥାମାନଙ୍କୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଉଛି। ନିର୍ଦ୍ଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲା ଆରକ୍ଷୀ ଅଧିକାରୀ, ଝାରସୁଗୁଡା ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ l
ଜନସାଧାରଣଙ୍କ ସହଯୋଗ ହିଁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶର ଚାବିକାଠି।


0 Comments