ଯଦି ଆପଣ ଆଗାମୀ ଦିନରେ ଝାରସୁଗୁଡ଼ାରୁ ସମ୍ବଲପୁର ମଧ୍ୟରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରେଳବାଇ ପକ୍ଷରୁ କେତେକ ଅପରିହାର୍ଯ୍ୟ କାରଣ ବଶତଃ ଏହି ରୁଟ୍ରେ ଚାଲୁଥିବା ପାସେଞ୍ଜର ଟ୍ରେନକୁ ଜୁଲାଇ ମାସର କିଛି ନିର୍ଦ୍ଦିଷ୍ଟ ଦିନରେ ବାତିଲ କରାଯାଇଛି।ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲପଙ୍ଗା-ବୃନ୍ଦାମାଲ ସେକ୍ସନ ଏବଂ ଝାରସୁଗୁଡ଼ା ରୋଡ଼ ଷ୍ଟେସନରେ ରେଳ ସୁରକ୍ଷା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ଟ୍ରାକ୍ ସଂସ୍କାର ଓ ଉନ୍ନତୀକରଣ ନିମନ୍ତେ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ବାତିଲ ହୋଇଥିବା ଟ୍ରେନର ନମ୍ବର: ୦୮୦୩୩ / ୦୮୦୩୪ ଝାରସୁଗୁଡା- ସମ୍ୱଲପୁର ପେସେଞ୍ଜର। ଜୁଲାଇ ୩, ୬, ୧୦, ୧୩, ୧୭ ଏବଂ ୨୦ ତାରିଖ (ମୋଟ ୬ ଦିନ)ଉଭୟ ଦିଗରୁ ଏହି ଟ୍ରେନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।ଏହି ପାସେଞ୍ଜର ଟ୍ରେନ ଉପରେ ପ୍ରତିଦିନ ହଜାର ହଜାର ସ୍ଥାନୀୟ ଯାତ୍ରୀ ନିର୍ଭର କରିଥାନ୍ତି। ଟ୍ରେନ ବାତିଲ ହେବା ଫଳରେ ସାଧାରଣ ଯାତ୍ରୀ ଓ କର୍ମଜୀବୀମାନେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ତେଣୁ ଯାତ୍ରା କରିବା ପୂର୍ବରୁ ଏହି ନୂତନ ସମୟସାରଣୀ ପ୍ରତି ଧ୍ୟାନ ଦେବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


0 Comments