ବୈଠକରେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, କାର୍ଯ୍ୟର ଅଗ୍ରଗତି, ସମସ୍ୟା ଏବଂ ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରହଣୀୟ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପାରସ୍ପରିକ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ଉନ୍ନୟନର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଲୋକାଭିମୁଖୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରି ଯଥାଶୀଘ୍ର ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିକାଶମୂଳକ କାର୍ଯ୍ୟରେ ଅବହେଳା, ବାଧା ସୃଷ୍ଟି କିମ୍ବା ନିୟମ ଖିଲାପ କରାଗଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଖିଦୃଷ୍ଟିଆ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢ଼ ଚେତାବନୀ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଝାରସୁଗୁଡ଼ା ଶ୍ରୀ ଅନୀଲ ଆଚାର୍ଯ୍ୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲଖନପୁର ଶ୍ରୀ ବିନୟ ପଟେଲ, ନିର୍ବାହୀ ଅଧିକାରୀ, ବ୍ରଜରାଜନଗର ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ନିର୍ବାହୀ ଅଧିକାରୀ, ବେଲପାହାଡ଼ ଶ୍ରୀ ଗୌରବ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


0 Comments