ଝାରସୁଗୁଡ଼ାରେ ପାଳିତ ହେଲା ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ


 ଝାରସୁଗୁଡ଼ା, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ, ଝାରସୁଗୁଡ଼ାର ମିଳିତ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ-୨୦୨୬ ପାଳିତ ହୋଇଯାଇଛି।

        ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ ଓ ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।          ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ  ଶ୍ରୀ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ପ୍ରଦର୍ଶନ କରି ଏହି ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ l                                ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଶ୍ରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସଚେତନତା ସଭାରେ ନିଶା ସେବନ ର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟ ଗତ କୁ ପ୍ରଭାବ ସହ ଯୁବ ପିଢ଼ି ନିଶା ଠାରୁ ଦୂର ରେ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଶୈଳୀ ଅବଲମ୍ବନ କରିବା କୁ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ l  "ନିଶାମୁକ୍ତ ଭାରତ ଅଭିଯାନ - ବିକଶିତ ଭାରତ ର ପରିଚୟ" ବାର୍ତ୍ତା କୁ ନେଇ ଅତିଥି ମନେ " ନିଶାକୁ ନା କୁହନ୍ତୁ " "ନିଶାମୁକ୍ତ ସମାଜ ଗଢ଼ନ୍ତୁ  ଏବଂ ସୁସ୍ଥ ଯୁବଶକ୍ତି, ସମୃଦ୍ଧ ଭାରତ ଗଠନ, ଭଳି ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରି ନିଶାଦ୍ରବ୍ୟ ର କୁ ପ୍ରଭାବ ସଂପର୍କ ରେ ସଚେତନତା ର ବାର୍ତ୍ତା ରଖିଥିଲେ l ସଚେତନତା ସଭାରେ ନିଶା ସେବନ ର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟ ଗତ କୁ ପ୍ରଭାବ ଉପରେ ବୈଠକ ରେ ଆଲୋଚନା ବକ୍ତାମାନେ ଯୁବପିଢ଼ି ଙ୍କୁ ନିଶା ଠାରୁ ଦୂରରେ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଶୈଳୀ ଅବଲମ୍ବନ କରିବା ସହ ସମାଜକୁ ନିଶାମୁକ୍ତ କରିବା ଦିଗରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱା ରୋପ କରାଯାଇଥିଲା l ସଚେତନତା ରାଲି ଓ ସଭା ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ ପାଇଁ ଜନସାଧାରଣ ଙ୍କ  ମଧ୍ୟରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇ ବାର ପ୍ରୟାସ  କରାଯାଇଥିଲା l

     ଏହାପରେ ବେଲପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ ନିଶାସେବନର କୁପ୍ରଭାବ ଉପରେ ପର୍ଯ୍ୟବେଷିତ ଏକ ସଚେତନତାମୂଳକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ସଚେତନ କରିବା ସହ ବେଶ୍ ପ୍ରଭାବିତ କରିଥିଲା।

ଶେଷରେ କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କତ କରିଥିଲେ l           ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ରହ୍ମକୁମାରୀ ଅନୁଷ୍ଠାନ ର ସଦସ୍ୟା (ମୁଖ୍ୟବକ୍ତା), ଜ଼ିଲ୍ଲା ଶିଶୁ ସୁରକ୍ଷl ଅଧିକାରୀ ଶ୍ରୀ ସୁନନ୍ଦ ମହାରଣା ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ସ୍ବେଛାସେବୀ ଅନୁଷ୍ଠାନ r କର୍ମକର୍ତ୍ତା ଉପସ୍ଥିତ ଥିଲେ l ଜ଼ିଲ୍ଲା ସାମାଜିକ ସୁରକ୍ଷ୍l କାର୍ଯ୍ୟାଳୟ ଏବଂ ଅବକାରୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମlନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done