ପରିଦର୍ଶନ ସମୟରେ ଜିଲ୍ଲାପାଳ ସେତୁର ବିଭିନ୍ନ ଅଂଶରେ ଚାଲିଥିବା କାର୍ଯ୍ୟ ଯାଞ୍ଚ କରିବା ସହିତ ନିର୍ମାଣର ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରକଳ୍ପର ପ୍ରଗତି, କାର୍ଯ୍ୟର ଗୁଣବତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।
ଏହି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଝାରସୁଗୁଡା ଓ ବରଗଡ଼ ଜିଲ୍ଲା ମଧ୍ୟରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ଓ ସୁବିଧାଜନକ ହେବ। ଏଥିସହ ସ୍ଥାନୀୟ ଅଞ୍ଚଳର ବାଣିଜ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କ୍ଷେତ୍ରର ବିକାଶକୁ ନୂତନ ଗତି ମିଳିବ। ସେତୁଟି ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗକୁ ସୁଦୃଢ଼ କରି ଲୋକଙ୍କ ଯାତାୟାତ ସମୟ ଓ ଦୂରତା ହ୍ରାସ କରିବ ବୋଲି ଆଶା କରାଯାଉଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଅନୁଯାୟୀ ନିର୍ମିତ ହେଉଥିବା ଏହି ସେତୁ ଯୋଗୁଁ ଦୁଇ ଜିଲ୍ଲା ମଧ୍ୟରେ ଦୂରତା ହ୍ରାସ ପାଇବା ସହ ବାଣିଜ୍ୟ, କୃଷି ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସୁବିଧା ମିଳିବ ବୋଲି ଆଶା କରାଯାଉଛି। ଏହି
ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର, ଲଖନପୁର ଶ୍ରୀ କୁଳମଣି ଦଳେଇ,ଓଡିଶା ସେତୁ ଓ ନିର୍ମାଣ ସଂସ୍ଥା ର କନିଷ୍ଠ ଯନ୍ତ୍ରୀ ଶ୍ରୀ ଗୋଲାପ କିସାନ, ଗାୟତ୍ରୀ ଠିକା ସଂସ୍ଥା ର ପ୍ରତିନିଧି ଶ୍ରୀ ରାଜୀବ ଲୋଚନ, ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀ ଏବଂ ନିର୍ମାଣ ସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।


0 Comments