ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା Rahul Gandhiଙ୍କ ୫୬ତମ ଜନ୍ମଦିନ ପାଳିତ

 

ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା Rahul Gandhiଙ୍କ ୫୬ତମ ଜନ୍ମଦିନ ଅବସରରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାଦାସିଧା କିନ୍ତୁ ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ଏହି ଅବସରରେ କେକ୍ କାଟିବା ସହିତ ଦରିଦ୍ର ଓ ଅସହାୟ ଲୋକଙ୍କ ମଧ୍ୟରେ ଫଳ ଓ ମିଠା ବଣ୍ଟନ କରାଯାଇଥିଲା।

ବକ୍ତାମାନେ କହିଥିଲେ ଯେ, ରାହୁଲ ଗାନ୍ଧୀ ସବୁବେଳେ ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥ, ଗଣତନ୍ତ୍ରର ସୁରକ୍ଷା ଏବଂ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରିଆସୁଛନ୍ତି। ତାଙ୍କ ଚିନ୍ତାଧାରା ଓ ନେତୃତ୍ୱ ଦେଶର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଉଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତି ଜୀବନ ସାର୍ଥକ,ପୂର୍ବତନ ସଭାପତି ଭରତ ଅବସ୍ତି,ରିୟାଜ଼ ହୁସେନ, ଅଲେଖ କୁମାର, ଶୈଳେଶ ଅବସ୍ତି, ଶାହରୁଖ ଖାନ,ଆଦର୍ଶ ଗାନ୍ଧୀ,ୱାରିଶ ଭାଇ,ଦେବାନନ୍ଦ ବାରିକ, ଭି. ଗୌରୀ ଶଙ୍କର,ସଞ୍ଜୟ ମହାପାତ୍ର, ନାଜିମ ଭାଇ, ପ୍ରଶାନ୍ତ ପାତ୍ର, ଏମ.ଡ଼ି. ସମସେର ଙ୍କ ସହିତ ଅନେକ କଂଗ୍ରେସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସମସ୍ତେ ମିଳି ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ସେବା ଓ ସମର୍ପଣ ଦିବସ ଭାବେ ପାଳନ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done