ବ୍ରଜରାଜନଗରରେ SIR କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ପୌରପାଳିକା ନିର୍ବାହୀ ଅଧିକାରୀ*


 ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ୍ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ ବିଭିନ୍ନ ବୁଥ୍ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ସେଲ୍ଫ ସ୍ଥିତି ଯାଞ୍ଚ କରିଛନ୍ତି। ନିକଟରେ ଓଡ଼ିଶା SIR ମନିଟରିଂ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ମୋଟ ୨୫୯ଟି ବୁଥ୍ ମଧ୍ୟରୁ ୨୦ଟି ବୁଥ୍‌ରେ ଡିଜିଟାଇଜେସନ୍ ହାର ବହୁତ କମ୍ ରହିଛି। ଏହି ପଛୁଆ ବୁଥ୍‌ଗୁଡ଼ିକରେ କାର୍ଯ୍ୟର ଅଗ୍ରଗତି ଆଣିବା ଉଦ୍ଦେଶ୍ୟରେ ଶ୍ରୀ ସ୍ୱାଇଁ ସିଧାସଳଖ କ୍ଷେତ୍ର ସ୍ତରକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

ଏହି ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଇଁ ସମ୍ପୃକ୍ତ ବୁଥ୍‌ଗୁଡ଼ିକର ବୁଥ୍ ସ୍ତରୀୟ ଅଧିକାରୀ, ବୁଥ୍ ସ୍ତରୀୟ ଏଜେଣ୍ଟ, ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ସେମାନଙ୍କ ସମସ୍ୟା ଓ କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସବୁ ବୁଥ୍‌ରେ ଶତପ୍ରତିଶତ ଗଣନା ଫର୍ମ ବଣ୍ଟା ସରିଥିଲେ ମଧ୍ୟ ଅନ୍‌ଲାଇନ୍ ଏଣ୍ଟ୍ରି ବିଳମ୍ବ ହେବାର କାରଣ ଖୋଜିବା ସହ ତ୍ରୁଟି ସଂଶୋଧନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଲୋଚନା ସମୟରେ ଶ୍ରୀ ସ୍ୱାଇଁ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ BLO ଏବଂ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଜୋର୍ ଦେଇଛନ୍ତି। ଏହାସହ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଦଳର BLA ମାନଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି, ଯେପରି କୌଣସି ଯୋଗ୍ୟ ଭୋଟର କିମ୍ବା ହିତାଧିକାରୀଙ୍କ ତଥ୍ୟ ବାଦ୍ ନପଡ଼େ। ଆଗାମୀ ଦିନରେ ଏହି ସମସ୍ତ ବୁଥ୍‌ର ରେକର୍ଡକୁ ଶତପ୍ରତିଶତ ସଫଳ କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done