ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜନୈତିକ ଦଳ ଗୁଡ଼ିକର ସମନ୍ୱୟ ବୈଠକ*

 

ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ତଥା ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଇ.ଆର.ଓ.  ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଚାଲୁ ରହିଥିବା "ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ର ପ୍ରଗତି ସମ୍ପର୍କରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ତଥ୍ୟ ଅନୁସାରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ୨୫୭ଟି ଯାକ ଭାଗରେ ବର୍ତ୍ତମାନ ବିଏଲ୍ଓ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ନିର୍ବାଚନ ସମ୍ବନ୍ଧୀୟ ଫର୍ମ ବଣ୍ଟନ ଏବଂ ସଂଗ୍ରହ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପ୍ରକ୍ରିୟାରେ ବିଭିନ୍ନ ରାଜନୈତିକ ଦଳର ବିଏଲ୍ଏ ମାନେ ମଧ୍ୟ ବୁଥ୍ ସ୍ତରରେ ବିଏଲ୍ଓ ମାନଙ୍କୁ ସହଯୋଗ କରୁଛନ୍ତି।

ଆଜି ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରମୁଖ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ସଭାପତି, ସମ୍ପାଦକ ତଥା ଅଧିକୃତ ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ସମଗ୍ର ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଦଳର ସକ୍ରିୟ ସହଯୋଗ କାମନା କରାଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done