ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଯାତ୍ରୀ ସୁବିଧା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ବିମାନ ବନ୍ଦର ସହ ଯାତ୍ରୀ ମାନଙ୍କ ଯେଉଁ ସମ୍ପର୍କ ରହିଛି ତାହାକୁ ସୁଦୃଢ଼ କରିବା , ଆହୁରି ନିଆରା କରିବା ଏହି ଯାତ୍ରୀ ସୁବିଧା ଦିବସର ମୂଳ ଉଦ୍ଦେଶ୍ୟ ବୋଲି ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି । ଏହି ଯାତ୍ରୀ ସୁବିଧା ଦିବସ ଉପଲକ୍ଷ ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ବିମାନ ବନ୍ଦର ପରିସରରେ ଏକ ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଠି ବିମାନ ବନ୍ଦରର କର୍ମଚାରୀ, ଯାତ୍ରୀ ସମସ୍ତେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ସହ ସ୍କୁଲ କଲେଜର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା । ଆଜି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆୟୋଜିତ ହୋଇଥିବା ଏହି ଯାତ୍ରୀ ସୁବିଧା ଦିବସ ସଫଳତାର ସହ ପାଳିତ ହୋଇଥିବା ନେଇ ବିମାନ ବନ୍ଦରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।


0 Comments