ବ୍ରଜରାଜନଗର ରେଳ ଷ୍ଟେସନରେ ଅଘଟଣ ।
ତିନି ନମ୍ବର ପ୍ଲାଟଫର୍ମ ରେ ସେଡ୍ ମରାମତି ସମୟରେ ଅଘଟଣ ।
୨୫ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ।
ଗୁରୁତର ଜଣକ ବାହାଦୁରପଡ଼ା ର ପିଣ୍ଟୁ ବୋଲି ଜଣାପଡ଼ିଛି ।
ବ୍ରଜରାଜନଗର ରେଳ ଷ୍ଟେସନର ୩ ନମ୍ୱର୍ ପ୍ଲାଟଫର୍ମ ରେ ସେଡ ମରାମତି କାମ ଚାଲୁଥିବା ବେଳେ ଠିକା କର୍ମଚାରୀ ପିଣ୍ଟୁ ତାର ସଂସ୍ପର୍ଶରେ ଆସି ତାଙ୍କ ଗୋଡ଼ ଜାଳି ଯାଇଛି । ପିଣ୍ଟୁ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ପିଣ୍ଟୁ ସେଡ୍ ଉପରେ ଚଢି କାର୍ଯ୍ୟ କରୁଥିବା ବେଳେ ସେଠାରୁ ପଡ଼ିଯାଇଥିଲେ ଏବଂ ୨୫ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଯେଉଁଥିରେ ତାଙ୍କ ଗୋଡ଼ ଜଳି ଯାଇଥିଲା ଓ ସେ ଗୁରୁତର ଆହତ ହୋଇଥିଲେ । ତେବେ ରେଳ ବିଭାଗ ଏବଂ ଠିକା ସଂସ୍ଥାର ଅବହେଳା ଯୋଗୁଁ ଏପରି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।


0 Comments