ଝାରସୁଗୁଡ଼ାରେ ପୋଲିସର ବଡ଼ ଧରଣର ଅବକାରୀ ଚଢ଼ାଉ: ୪ ଗିରଫ, ୨୪୦ ଲିଟର ମଦ ସହ ବିପୁଳ ପୋଚ ନଷ୍ଟ


 ଝାରସୁଗୁଡ଼ାରେ ପୋଲିସର ବଡ଼ ଧରଣର ଅବକାରୀ ଚଢ଼ାଉ: ୪ ଗିରଫ, ୨୪୦ ଲିଟର ମଦ ସହ ବିପୁଳ ପୋଚ ନଷ୍ଟ

ଝାରସୁଗୁଡ଼ାରେ ବେଆଇନ ମଦ କାରବାର ବିରୋଧରେ ଗର୍ଜିଲା ପୋଲିସ! ମାଲ୍‌ତି ଗାଁରେ ଚାଲିଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ୪ ଜଣ ବେପାରୀଙ୍କୁ ବାନ୍ଧିଲା ଲାଇକେରା ପୋଲିସ।

 ଲଇକେରା ଥାନା ଅନ୍ତର୍ଗତ ମାଲ୍‌ତି ଗାଁରେ ପୋଲିସ ଏବଂ ବାଗଡିହି ଫାଣ୍ଡି ପକ୍ଷରୁ ମିଳିତ ଭାବେ ଏକ ବଡ଼ ଧରଣର ଅବକାରୀ ଚଢ଼ାଉ କରାଯାଇଛି। ଗାଁରେ ବେଆଇନ ଭାବେ ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରି ହେଉଥିବା ଖବର ପାଇ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଚଢ଼ାଉ ସମୟରେ ପୋଲିସ ମୋଟ ୨୪୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ପ୍ରାୟ ୨ କ୍ୱିଣ୍ଟାଲ ମହୁଲ ପୋଚକୁ ନଷ୍ଟ କରିଛି। ଏଥିସହିତ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଡ୍ରମ୍, ପାଇପ୍ ଓ ବିଭିନ୍ନ ବାସନକୁସୁନ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମାଲ୍‌ତି ଗାଁର ମଧୁସୂଦନ ଧାନ , ଦୁବରାଜ ଧାନ , ରମେଶ ପିଙ୍ଗ୍  ଓ ଗୋବିନ୍ଦ ପିଙ୍ଗ୍ ।

ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ବେଆଇନ ମଦ କାରବାରକୁ ରୋକିବା ପାଇଁ ଆଗକୁ ମଧ୍ୟ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଝାରସୁଗୁଡ଼ା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done