ରେଳ ବିଭାଗ ଦ୍ଵାରା ରାସ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ଆଣି ବାଲିଯୋରି ରେଳ ଲାଇନ ନିକଟରେ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ


 ବାଲିଯୋରି ଏବଂ ଓରାମପଡ଼ା ରେଳ ଲାଇନ୍ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଏବଂ ସ୍ଥାନୀୟ ଓରାମ ପଡ଼ା ବାସୀଙ୍କୁ ଯାତାୟତ ପାଇଁ ରାସ୍ତା ଦିଆଯାଇ ନ ଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ । ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳରେ ବିଭିନ୍ନ ୱାର୍ଡରେ ଭିନ୍ନ ଭିନ୍ନ ସମସ୍ୟା ରହିଥିବା ବେଳେ ଏବେ ୧୩ ନମ୍ୱର୍ ୱାର୍ଡ ବାଲିଯୋରି  ଓରାମପଡ଼ା ବାସିନ୍ଦାଙ୍କ ଗମନାଗମନ ସୁବିଧା ବାଧାପ୍ରାପ୍ତ ହୋଇଛି । ଉଭୟ ଅଞ୍ଚଳ ଏକତ୍ର ଚାଲୁଥିବା ଏବଂ ଏହି ରେଳ ଧାରଣା ଟି ବାଧା ସୃଷ୍ଟି କରିଛି ଓରାମପଡ଼ା ବାସୀଙ୍କ ପାଇଁ । ରେଳ ଧାରଣା ଉଭୟ ଅଞ୍ଚଳର ମଧ୍ୟରେ ଯିବା ସମୟରେ ଆଶ୍ୱାସନା ଦେଇଥିଲା ଲୋକଙ୍କ ଗମନାଗମନ ପାଇଁ । ହେଲେ ବର୍ତ୍ତମାନ୍ ଯେଉଁ ରାସ୍ତା ଦେଇ ଯିବା ଆସିବା ହେଉଥିବା ତାହାକୁ ରେଳ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଉଛି ଯାହାକୁ ନେଇ ଓରାମପଡ଼ା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ବାସିନ୍ଦା ରାସ୍ତା ଦାବି ନେଇ ଧାରଣା ଦେଇଛନ୍ତି । ସମସ୍ୟାର ସମାଧାନ ନ ହେଲେ ଆଗକୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି । ରାସ୍ତା ବନ୍ଦ୍ ହେଲେ ଲୋକଙ୍କ ଅନେକ ଅସୁବିଧା ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଏହି ତାଙ୍କ ପାଇଁ ସହଜ ରାସ୍ତା ଯଦି ଅନ୍ୟ ରାସ୍ତାରେ ଯିବାଆସିବା କରିବେ ତାହାଲେ ତାଙ୍କୁ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ ବୋଲି ଲୋକେ କହିବା ସହ ସମସ୍ୟାର ସମାଧାନ ଶୀଘ୍ର କରିବା ପାଇଁ ଦାବି କରିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done