ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନେତୃତ୍ୱରେ 'ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା' ଅନୁଷ୍ଠିତ


 ଓଡ଼ିଆ ଭାଷାର ବ୍ୟାପକ ପ୍ରସାର ପାଇଁ ଜିଲ୍ଲାପାଓଡ଼ିଆ ପକ୍ଷ-୨୦୨୬ ପାଳନ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ‘ଓଡ଼ିଆ ଭାଷା ନାମଫଳକ ସଚେତନତା ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ କରକମଳରେ ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ପଦଯାତ୍ରା ସହରର ମୁଖ୍ୟ ରାସ୍ତା ପରିକ୍ରମଣ କରିବା ସହ ଭାଷା ପ୍ରୀତି ଓ ସଚେତନତାର ବାର୍ତ୍ତା ବାଣ୍ଟିଥିଲା। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସହରର ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଉତ୍ସାହିତ କରିବା। ପଦଯାତ୍ରା କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବୁଲି ଓଡ଼ିଆ ଭାଷାରେ ବୋର୍ଡ ଲଗାଇବା ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ସଚେତନତାଧର୍ମୀ ଲିଫଲେଟ୍ ବଣ୍ଟନ କରିଥିଲେ। ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ମାତୃଭାଷାର ଗୁରୁତ୍ୱ ଓ ଆଇନଗତ ପ୍ରାବଧାନ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଜିଲ୍ଲା ହୋଟେଲ ଆସୋସିଏସନର ସଭାପତି, ଚାମ୍ବର ଅଫ କମର୍ସର ସଭାପତି, ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟ ଓ ଏଲ.ଏନ. ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ସାଂସଦ ପ୍ରତିନିଧି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ବିଭିନ୍ନ ଏନଜିଓ ସଂସ୍ଥା ଓ ମହିଳା ସଂଗଠନର ସଦସ୍ୟାମାନେ ସାମିଲ ହୋଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done