ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି କୁନି ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟା ଶିକ୍ଷାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ପ୍ରତି ଅଞ୍ଚଳରେ ଏହି 'ବିଦ୍ୟା ଆରମ୍ଭ ପର୍ବ'କୁ ଏକ ଉତ୍ସବ ଭାବେ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲାପାଳ ପିଲାମାନଙ୍କୁ ସରକାରଙ୍କ ପ୍ରଦତ୍ତ ଶିକ୍ଷଣ କିଟ୍, କାର୍ଯ୍ୟ ପୁସ୍ତିକା ଏବଂ ପାଠ୍ୟପୁସ୍ତକ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ
ଜିଲ୍ଲାପାଳ ସଦର ବ୍ଲକ ପାଇଁ ଏକ ‘ଶିକ୍ଷା ସଚେତନତା ରଥ’ର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ରଥ ଆସନ୍ତା ଅପ୍ରେଲ ୧୦ ରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ପରିକ୍ରମା କରି ୫ ବର୍ଷରୁ ଅଧିକ ପିଲାଙ୍କୁ “ଶିଶୁ ବାଟିକା” ଏବଂ ୬ ବର୍ଷରୁ ଅଧିକ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସଚେତନତା ସୃଷ୍ଟି କରିବ। ପିଲାମାନଙ୍କ ପାଇଁ ବିଦ୍ୟାଳୟରେ ‘ଖେଳ ପରିସର’, ‘କଳା ଓ ସୃଜନଶୀଳ ପରିସର’ ଏବଂ ‘ଗଳ୍ପ କଥନ ପରିସର’ ଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି, ଯାହା ଅପ୍ରେଲ ୬ ରୁ ୮ ରିଖ ପର୍ଯ୍ୟନ୍ତ ଜାରି ରହିବ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ନାମଲେଖା ପ୍ରକ୍ରିୟାରେ ସକ୍ରିୟ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିଲ କୁମାର ପଟେଲ, ଏବିଇଓ ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ବିଜ୍ଞାନ ନିରୀକ୍ଷକ ଶ୍ରୀ ସଦାନନ୍ଦ ଦାଶ ଏବଂ ପୂର୍ବତନ ଛାତ୍ର ଶ୍ରୀ ଅଶୋକ ମହାପାତ୍ର ଯୋଗଦେଇଥିଲେ।
ଜିଲ୍ଲା ସଂଯୋଜିକା ଶ୍ରୀମତୀ ଖୁଲଣା ସୁନ୍ଦରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସିଆରସିସି ଶ୍ରୀ ଲିଙ୍ଗରାଜ ବେହେରା, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚିନ୍ମୟୀ ଦେବଶ୍ରୀ ପିଙ୍ଗ ଓ ଶିକ୍ଷକ ବିପିନ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।


0 Comments