ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା | ଝାରସୁଗୁଡ଼ା ପାଇଁ ‘ହିଟ୍ ୱେଭ୍’ ଆଲର୍ଟ!


 ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା | ଝାରସୁଗୁଡ଼ା  ପାଇଁ ‘ହିଟ୍ ୱେଭ୍’ ଆଲର୍ଟ!

ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି, ଯେଉଁଠାରେ ପାରଦ ୪୦.୮ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଝାରସୁଗୁଡ଼ା ଓ ସମ୍ବଲପୁର ପାଇଁ ଆଗାମୀ ୪୮ ଘଣ୍ଟା ଯାଏଁ ‘ହିଟ୍ ୱେଭ୍’ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନାହିଁ ଏବଂ ପାଗ ଶୁଖିଲା ରହିବ। ତେଣୁ ତାତି ଆହୁରି ବଢ଼ିବାର ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କେବଳ ଝାରସୁଗୁଡ଼ା ନୁହେଁ, ବରଂ ରାଜ୍ୟର ଅନ୍ୟ ଚାରୋଟି ସ୍ଥାନରେ ମଧ୍ୟ ପାରଦ ୩୯ ଡିଗ୍ରୀ ଉପରେ ରହିଥିବା ଜଣାପଡ଼ିଛି। ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଶୁନଶାନ ହୋଇଯାଉଥିବା ବେଳେ ପ୍ରଖର ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ନାକେଦମ କରୁଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ବାୟୁମଣ୍ଡଳରେ ଆଦ୍ରତା କମ୍ ରହିବା ସହ ଶୁଖିଲା ପବନ ବହୁଥିବାରୁ ଗ୍ରୀଷ୍ମର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବା ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done