ସଭାରେ ମଣ୍ଡଳ ର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ବତନ ମଣ୍ଡଳ ସଭାପତି ରାଜକୁମାର ସାହୁ,ଦେବେନ୍ଦ୍ର ଦୀକ୍ଷିତ,ମଣ୍ଡଳ ପ୍ରଭାରୀ ତପନ କାନ୍ତ ଜେନା,ଜମଗାଁ ସରପଞ୍ଚ ଗୋପୀନାଥ ସାଏ,କଦମଦିହି ସରପଞ୍ଚ ତରୁଲତା ବାରିକ, ବଞ୍ଜାରୀ ସରପଞ୍ଚ ସୀମା ସାହୁ,ପିପିଲିମାଲ ସରପଞ୍ଚ ରଙ୍ଗାଧର ଡିଲା,ଥଣ୍ଡାରାମ୍ ସାହୁ,ଟଙ୍କଧର ପ୍ରଧାନ,କ୍ଷିରବତୀ ସାହୁ ,ରମଣ ସାହୁ,ଦିଲୀପ ବାରିକ,ପ୍ରମୋଦ ବିଶ୍ଵାଳ,ତରଣି ବିଶ୍ଵାଳ,ବିମଳ ପଧାନ,ଭକ୍ତ କାଲୋ,ଉପେନ୍ଦ୍ର ସା, ଦୁଲାମଣି ପ୍ରଧାନ,ଧନଞ୍ଜୟ ପ୍ରଧାନ,ମହେନ୍ଦ୍ର ବିଶ୍ଵାଳ,ରାଜେଶ ପ୍ରଧାନ,ସରୋଜ ବିଶ୍ଵାଳ,ପ୍ରମୋଦ ବିଶ୍ଵାଳ ତଥା ଅନେକ ମଣ୍ଡଳ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ସଭା ରେ ପ୍ରଥମେ ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ରାଜକୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ବୈଠକ ର ବିଷୟବସ୍ତୁ ଉପରେ ଆଲୋକପାତ କରାଇଥିଲେ ଏବଂ ପରେ ମଣ୍ଡଳ ସଭାପତି ଶ୍ରୀ ଟିକେତ ସାହୁ ସଭା ପରିଚାଳନା କରିଥିଲେ ।
ସଭାରେ ଆଗାମୀ ଦିନରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ର କମିଟି ସମସ୍ତଙ୍କ ସହମତି ରେ ଗଠନ କରାଯାଇଥିଲା । ଗୋପୀନାଥ ସାଏ, ତରଣୀ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ,କ୍ଷୀରବତୀ ସାହୁ, ଦିଲୀପ ବାରିକ, ବିମଲ ପଧାନ, ରମଣ ସାହୁ, ରଙ୍ଗାଧର ଡିଲା,ଏହି ମାନଙ୍କୁ ପ୍ରଶିକ୍ଷଣ ଶିବିର ର ପରିଚାଳନା କମିଟି ରେ ରଖାଗଲା ।ପ୍ରଶିକ୍ଷଣ ଶିବିର ଆଗାମୀ ଏପ୍ରିଲ 4 ଏବଂ 5 ତାରିଖ ଲଖନପୁର ସ୍ଥିତ ଶିଶୁମନ୍ଦିର ରେ ହେବାକୁ ସ୍ଥିର କରାଗଲା ।ପରେ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ତୃଣମୂଳ ସ୍ତରରୁ ସଂଗଠନ କୁ କିପରି ମଜବୁତ୍ କରାଯିବ,ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ କିପରି ଲୋକଙ୍କ ପାଖକୁ ପହଞ୍ଚାଇ ପାରିବେ ସେ ବିଷୟରେ ଚର୍ଚ୍ଚା ଆଲୋଚନା ହେଇ ଥିଲା ।
ସଭା ଶେଷରେ ତରଣୀ ବିଶ୍ଵାଳ ଧନ୍ୟବାଦ୍ ଭାଷଣ ଦେବା ସହ ସଭା ସାଙ୍ଗ କରିଥିଲେ ।


0 Comments