ଝାରସୁଗୁଡ଼ାରେ ‘ପିଏମ୍-କିଷାନ ଉତ୍ସବ ଦିବସ’ ପାଳିତ


 ଝାରସୁଗୁଡ଼ା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  "ପିଏମ୍-କିଷାନ ଉତ୍ସବ ଦିବସ" ପାଳିତ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଦେଶର କୋଟି କୋଟି ଅନ୍ନଦାତାଙ୍କୁ ‘ପିଏମ୍-କିଷାନ ଯୋଜନା’ର ୨୨ତମ କିସ୍ତି ପ୍ରଦାନ କରିବା ସହ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ।

ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ମାନ୍ୟବର ବରଗଡ଼ ସାଂସଦଙ୍କ ପ୍ରତିନିଧି, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ଏବଂ ମାନ୍ୟବର ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ୫ଟି ବ୍ଲକରୁ ଆସିଥିବା ପ୍ରାୟ ୧୦୦ରୁ ଅଧିକ କୃଷକ ଆଭାସୀ ଜରିଆରେ ସିଧାପ୍ରସାରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ ଏବଂ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ।

ଏହି ଅବସରରେ ଓଡ଼ିଶାର ୩୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ପାଇଁ ପ୍ରାୟ ୬୮୪ କୋଟିର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟି ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେଇଥିଲେ। ରାଜ୍ୟ ସରକାର କୃଷକମାନଙ୍କ ଆୟ ବୃଦ୍ଧି ଓ ସେମାନଙ୍କ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି।

୨୦୧୯ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦ୍ୱାରା ଚାଷୀମାନେ ବର୍ଷକୁ ୬୦୦୦ ଟଙ୍କାର ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ ବିହନ, ସାର ଓ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ଆଭାସୀ ମାଧ୍ୟମରେ ପ୍ରଦାନ କରାଯାଇଥିବା ଏହି ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କୃଷକଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done