ଜିଲ୍ଲା ପାଠାଗାରର ହେବ ନବୀକରଣ


 *ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପାଠାଗାରର ସାଂପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ନବୀକରଣ ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାର ଛାତ୍ରଛାତ୍ରୀମାନେ ଯେପରି ଏହି ପାଠାଗାରରୁ ସର୍ବାଧିକ ଉପକୃତ ହୋଇପାରିବେ ଏବଂ ଏକ ଉନ୍ନତ ଶୈକ୍ଷିକ ପରିବେଶ ପାଇପାରିବେ, ସେଥିପାଇଁ ଜିଲ୍ଲାପାଳ ଅଧିକାରୀଙ୍କୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ଏହି ରୂପାନ୍ତରଣ କାର୍ଯ୍ୟ କରାଯିବ।

ପାଠାଗାରରେ ବସିବା ପାଇଁ ଅଧିକ ସ୍ଥାନ, ନୂତନ ପୁସ୍ତକ ସଂଗ୍ରହ ଏବଂ ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ପାଠାଗାରର ଆଧୁନିକୀକରଣ କରାଗଲେ, ଏଠାରେ ଏକା ସାଙ୍ଗରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ବସି ପାଠ ପଢ଼ିପାରିବେ। ଏହି ସଂସ୍କାର ଦ୍ୱାରା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବା ପାଇଁ ଉପଯୁକ୍ତ ସାଧନ ପାଇପାରିବେ। ପାଠାଗାରରେ ଆବଶ୍ୟକୀୟ ଆସବାବପତ୍ର, ଲାଇଟ୍ ଏବଂ ପାନୀୟ ଜଳ ଭଳି ମୌଳିକ ସୁବିଧାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done