ହଣ୍ଡାତୁପା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ*


 *ହଣ୍ଡାତୁପା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ*

ଝାରସୁଗୁଡ଼ା, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ହଣ୍ଡାତୁପା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ସେ ବିଦ୍ୟାଳୟ ପରିସରରେ ନିର୍ମାଣଧୀନ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ହଷ୍ଟେଲର ପାଚେରୀ କାମର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଦ୍ୟାଳୟ ଖେଳପଡ଼ିଆର ଉନ୍ନତିକରଣ ପାଇଁ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ବିଦ୍ୟାଳୟର ଶ୍ରେଣୀ ଗୃହ, ଛାତ୍ରାବାସ, ରୋଷେଇ ଘର, ଚିକିତ୍ସା କକ୍ଷ ଏବଂ ଶୌଚାଳୟ ଆଦି ବୁଲି ଦେଖିବା ସହ ପରିମଳ ବ୍ୟବସ୍ଥା ଯାଞ୍ଚ କରିଥିଲେ। ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସହ ସେ ସିଧାସଳଖ କଥା ହୋଇ ସେମାନଙ୍କୁ ମିଳୁଥିବା ଖାଦ୍ୟର ମାନ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ପଚାରି ବୁଝିଥିଲେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ପ୍ରତି ସର୍ବଦା ସଜାଗ ରହିବାକୁ ସେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପଠନ ଦକ୍ଷତା ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ଯେପରି ବିଷୟବସ୍ତୁକୁ ସହଜରେ ବୁଝିପାରିବେ ଏବଂ ସେମାନଙ୍କ ମଧ୍ୟରେ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି ହେବ, ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done