ଜିଲ୍ଲାପାଳ ପ୍ରଥମେ କୁଶ୍ରାଲୋଇ ପଞ୍ଚାୟତରେ ପହଞ୍ଚି ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। BCCGL ଦ୍ୱାରା ପ୍ରସ୍ତାବିତ ଆମୋନିୟମ ନାଇଟ୍ରେଟ ପ୍ଲାଣ୍ଟ ପାଇଁ ସରକାରୀ ଶିକ୍ଷାନୁଷ୍ଠାନର ସ୍ଥାନାନ୍ତରଣ ସମ୍ପର୍କରେ ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅଧାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ ସମୟରେ ସେଠାରେ ଏମ୍.ବି.ବି.ଏସ୍ ଡାକ୍ତର ପଦବୀ ଖାଲି ଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି MCL ଲଖନପୁର ଖଣିର ମାତ୍ର ୧୦ ମିଟର ଦୂରତାରେ ଥିବା କର୍ଲାଝୋରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବିପଜ୍ଜନକ ଅବସ୍ଥାରେ ଥିବାରୁ, ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମରବଗା ପଞ୍ଚାୟତର ଝାରଗାଁ ଓ ଚୁଇଁକାଞ୍ଚ ଗ୍ରାମ ପରିଦର୍ଶନ କରି ଜିଲ୍ଲାପାଳ ଜଳାଶୟ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଝାରଗାଁରେ ନିର୍ମାଣଧୀନ ରାସ୍ତା କାର୍ଯ୍ୟକୁ ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଚୁଇଁକାଞ୍ଚ ପୋଖରୀର ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟୟ ଅଟକଳ ଦାଖଲ କରିବାକୁ କହିଛନ୍ତି।


0 Comments