ଝାରସୁଗୁଡା ରେ ନର୍ସିଂ କଲେଜ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଝାରସୁଗୁଡା ବିଧାୟକ ଙ୍କ ଦାବିପତ୍ର


 ଝାରସୁଗୁଡା ରେ ନର୍ସିଂ କଲେଜ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଝାରସୁଗୁଡା ବିଧାୟକ ଙ୍କ ଦାବିପତ୍ର,                                                            ଝାରସୁଗୁଡା ରେ ଏକ ଶିଳ୍ପ ସମୃଦ୍ଧ  ଜିଲ୍ଲା I ଜିଲାରେ ଖଣି ଖାଦାନ ସହ ବହୁ ଗୁଡିଏ ଶିଳ୍ପନୁଷ୍ଠାନ ରହିଛି I ଏହି ସବୁ ଦୃଷ୍ଟିରୁ ଜିଲ୍ଲାରେ ଲୋକସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି I ଏହା ସହ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସମାନ ପରିମାଣ ରେ ବୃଦ୍ଧି ପାଉଛି I ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଏକ ସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କୁ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ରେ ବୁଧୁବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି I  ଜିଲ୍ଲାରେ ସରକାରୀ ନର୍ସିଂ କଲେଜ ନ ଥିବାରୁ ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀ ବିଶେଷ କରି ଆର୍ଥିକ ଅନଗ୍ରସର ପରିବାରର  ଯୁବତୀ ମାନେ ନର୍ସିଂ ପାଠ ପଢ଼ିପାରିବେ I ଏହାସହ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ମହିଳା ଓ ପୁରୁଷ ନର୍ସିଂ ଷ୍ଟାଫ ର ଅଭାବ ଲାଗିରହିଛି I ତେବେ ଜିଲ୍ଲାରେ ନର୍ସିଂ କଲେଜ ଖୋଲାଗଲେ ସ୍ୱାସ୍ଥ୍ୟସେବା ରେ ନର୍ସିଂ ଷ୍ଟାଫ ର ଅଭାବ କମିଵା ସହ  ନିଯୁକ୍ତି ସମସ୍ୟା ସମାଧାନ ହୋଇପାରିବ I  ଏଣୁ ଯଥାଶୀଘ୍ର ଝାରସୁଗୁଡା ରେ ଏକ ସରକାରୀ ନର୍ସିଂ କଲେଜ ଖୋଲିବା ପାଇଁ ବିଧାୟକ ତ୍ରିପାଠୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି I

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done