ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପିପିଲିମାଲରେ ବେଆଇନ ପାଉଁଶ ଡ଼ମ୍ପିଂକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଂଚଳବାସୀ l ରାତି ଅଧାରେ ପାଉଁଶ ମାଫିଆ ମାନେ ଚାଷ ଜମି, ଖେଳ ପଡିଆ, ଜଳାଶୟ ନିକଟରେ ପାଉଁଶ ଡମ୍ପିଂ କରି ଫେରାର ମାରୁଥିବାବେଳେ ପୋଲିସ ଏବଂ ପ୍ରଦୂଷଣ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ l ପାଉଁଶରେ ଭର୍ତି ବଡ଼ବଡ଼ ଭାରୀଯାନରେ ଗାଁ ରାସ୍ତା ଦେଇ ଯାତାୟାତ କରିବାସହ ଏଣେତେଣେ ପାଉଁଶ ଫିଙ୍ଗି ଫେରାର ମାରୁଛନ୍ତି l ଯାହାଫଳରେ ଗାଁର ଚାଷ ଜମିଠୁ ନେଇ ଜଳାଶୟ ସବୁ ପ୍ରଦୂଷିତ ହେଉଛି l ପାଉଁଶ ଗୁଣ୍ଡ ଉଡି ଲୋକଙ୍କ ଘରଦ୍ୱାର ରେ ପଶୁଛି l ତେଣୁ ପିପିଲିମାଲ ପଂଚାୟତରେ ଏହି ଵେଆଇନ ପାଉଁଶ ଡ଼ମ୍ପିଂ ବନ୍ଦ କରିବାସହ ଯେଉଁମାନେ ଏହି ପାଉଁଶ ପକାଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଅଂଚଳବାସୀ ବିକ୍ଷୋଭ କରିଛନ୍ତି l ଏହାସହ ଯଦି ଏହି ପାଉଁଶ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ୨୬ ତାରିଖ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି l


0 Comments