DHH ରେ ରୋଗୀଙ୍କ ବିଛଣା ତଳେ ପୋକ ସାଲୁବାଲୁ ଦୃଶ୍ୟ ସାମ୍ନାକୁ ଆସିଛି


 ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପୁଣି ସୃଷ୍ଟି ହୋଇଛି ପ୍ରଶ୍ନ । ରୋଗୀ ମାନଙ୍କ ପାଇଁ ଯେଉଁଠାରେ ସୁସ୍ଥତା ର ଆଶା ରଖାଯାଉଛି ସେଠାରେ ଦେଖା ଦେଇଛି ଅବ୍ୟବସ୍ଥା । ରୋଗୀଙ୍କୁ ସେବା ପାଇଁ ନିଆଯାଉଛି ଡାକ୍ତରଖାନା ହେଲେ ରୋଗୀଙ୍କ ବିଛଣା ତଳେ ପୋକ ସାଲୁବାଲୁ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଆଉ ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏଠାରେ ରୋଗୀଙ୍କୁ ଚିକିତ୍ସା ମିଲୁଛି ନାଁ ରୋଗୀଙ୍କୁ ନୂଆଁ ରୋଗ ଦିଆଯାଉଛି । ଡାକ୍ତରଖାନାର ଅନେକ ୱାର୍ଡରେ ସଫାସୁତରା କେବଳ ନାମମାତ୍ର । ବିଛଣା ପାଖରେ ଧୂଳି, ଆବର୍ଜନା ଓ କୀଟପତଙ୍ଗ ଦେଖିବାକୁ ମିଳୁଥିବା ନେଇ ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଆଉ ଏହି ପରିସ୍ଥିତିରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଜଟିଳ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ବିଭିନ୍ନ କାରଣ ନେଇ ଏହି ଚିକିତ୍ସାଳୟ ବିବାଦ ଘେରରେ ରହିଆସିଛି । କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ ନାହିଁ ଯାହା ଚିନ୍ତାର ବିଷୟ ଅଟେ । ତୁରନ୍ତ ସଫେଇ ବ୍ୟବସ୍ଥାକୁ ସୁଧାରିବା ତଥା ଏଥି ପ୍ରତି ଦାୟୀ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଲୋକ ଓ ରୋଗୀଙ୍କ ପରିବାର ପକ୍ଷରୁ ଦାବି ହେଉଛି । ସଫେଇ ବ୍ୟବସ୍ଥା ଠିକାଦାରଙ୍କ ହାତରେ ଥିବା ସତ୍ତ୍ବେ କାର୍ଯ୍ୟ ସଠିକ୍ ସଞ୍ଚାଳନ ହେଉ ନାହିଁ । କେବଳ କାଗଜ ପତ୍ରରେ ହିଁ ସଫେଇ କାର୍ଯ୍ୟ ହେଉଥିବା ବେଳେ ପ୍ରକୃତରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ବଡ଼ ବିଲ୍ଡିଙ୍ଗ, ଆଧୁନିକ ସୁବିଧା ଥିବା ସତ୍ତ୍ବେ ଯଦି ମୌଳିକ ସେବା ଦିଆଯାଇ ପାରୁନାହିଁ । ରୋଗୀମାନେ ଭଲ ସେବା ପାଇଁ ଆସୁଥିବା ବେଳେ ତାଙ୍କୁ ଅସୁବିଧା ଓ ଅପରିଷ୍କାରରେ ରହିବାକୁ ପଡୁଛି । ଆଉ ଏହି ସବୁ ଘଟଣାକୁ ନେଇ ଲୋକ ମାନେ ପୋଷା ନୀତି ଚାଲୁଥିବା ଅଭିଯୋଗ ଉଠାଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done